ବ୍ରହ୍ମପୁର: ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ଗଞ୍ଜାମ। ଆଜି ଗଞ୍ଜାମରୁ ସର୍ବାଧିକ ୩୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୫ଜଣ କରୋନା ଯୋଦ୍ଧା ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଗଞ୍ଜାମରେ ଏଯାବତ ୩୪୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୭୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ କେବଳ ଗଞ୍ଜାମରୁ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।
Times of Indiaତେବେ କୋଭିଡ ପଜିଟିଭ୍ ଆସିଥିବା ୬୫ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଆସ୍କାରୁ ୭ଜଣ, ବେଗୁନିଆପଡ଼ାରୁ ୩ଜଣ, ବେଲଗୁଣ୍ଠାରୁ ଜଣେ, ବ୍ରହ୍ମପୁର ମହାନଗର ନିଗମ୍ରୁ ୩୦ଜଣ, ଭଞ୍ଜନଗରରୁ ୩ଜଣ, ବୁଗୁଡାରୁ ୩ଜଣ, ଛତ୍ରପୁରରୁ ୨ଜଣ, ଚିକିଟିରୁ ଜଣେ, ଦିଗପହଣ୍ଡିରୁ ଜଣେ, କୁକୁଡାଖଣ୍ଡିରୁ ଜଣେ, ପୁରୁଷୋତ୍ତମପୁର ଅଞ୍ଚଳରୁ ଜଣେ, ରଙ୍ଗେଇଲୁଣ୍ଡା ଅଞ୍ଚଳରୁ ଜଣେ, ସାନଖେମୁଣ୍ଡି ଅଞ୍ଚଳରୁ ୨ଜଣ ଓ ପାତ୍ରପୁର ଅଞ୍ଚଳରୁ ୫ଜଣ ରହିଛନ୍ତି। କରୋନା ଲକ୍ଷଣ ଦେଖା ଦେବା ପରେ ସମସ୍ତଙ୍କର ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠା ଯାଇଥିଲା। ଆଶ୍ଚର୍ଯ୍ୟର କଥା ୬୫ଜଣଙ୍କ କୋଭିଡ ଯୋଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।
ସେହିପରି ବେଲାଗୁଣ୍ଠାରୁ ୪ଜଣ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ଜଣେ, ଛତ୍ରପୁର ଅଞ୍ଚଳରୁ ୨ଜଣ, ହିଞ୍ଜିଳିରୁ ଜଣେ ଓ ରଙ୍ଗେଇଲୁଣ୍ଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ସୁରାଟରୁ ଫେରିଥିବା ୯ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।
ଏଥିସହିତ ଚିହ୍ନଟ ହୋଇଥିବା ଅନ୍ୟ ୨୪୬ଜଣଙ୍କ ମଧ୍ୟରୁ ଆସ୍କାରୁ ୨୫, ବେଗୁନିଆପଡ଼ାରୁ ୩ଜଣ, ବେଲାଗୁଣ୍ଠାରୁ ୧୪ଜଣ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୫୫ଜଣ, ଭଞ୍ଜନଗର ଅଞ୍ଚଳରୁ ୨୬ଜଣ, ବୁଗୁଡା ଅଞ୍ଚଳରୁ ୭ଜଣ, ଛତ୍ରପୁର ଅଞ୍ଚଳରୁ ଜଣେ, ଚିକିଟି ଅଞ୍ଚଳରୁ ୧୩ଜଣ, ଧରାକୋଟ ଅଞ୍ଚଳରୁ ୧୨ଜଣ, ଗଞ୍ଜାମରୁ ୫ଜଣ, ହିଞ୍ଜିଳିକାଟୁ ଅଞ୍ଚଳରୁ ୧୧ଜଣ, ଜଗନ୍ନାଥପ୍ରସାଦ ଅଞ୍ଚଳରୁ ୪ଜଣ, କବିସୂର୍ଯ୍ୟନଗର ଅଞ୍ଚଳରୁ ୬ଜଣ, ଖଲିକୋଟରୁ ୭ଜଣ, କୁକୁଡ଼ାଖଣ୍ଡିରୁ ୯ଜଣ, ପାତ୍ରପୁରରୁ ୬ଜଣ, ପୋଲସରାରୁ ୧୧ଜଣ, ପୁରୁଷୋତ୍ତମପୁର ଅଞ୍ଚଳରୁ ୫ଜଣ, ରଙ୍ଗେଇଲୁଣ୍ଡାରୁ ୪ଜଣ, ସାନଖେମୁଣ୍ଡି ଅଞ୍ଚଳରୁ ୧୨ଜଣ, ସେରଗଡ଼ ଅଞ୍ଚଳରୁ ଜଣେ, ସୋରଡ଼ା ଅଞ୍ଚଳରୁ ୭ଜଣ ଓ ଅନ୍ୟ ସ୍ଥାନରୁ ୨ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Follow Us