Photo: VCU News
୨୪ ହସ୍ପିଟାଲର ୩୯୫୧ ଶଯ୍ୟା ପ୍ରସ୍ତୁତ, ୨୯୩ ଆଇସିୟୁ ଶଯ୍ୟା
ବାକି ୧୧ ହସ୍ପିଟାଲ ୨୦ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ
ଭୁବନେଶ୍ବର : ଆସନ୍ତା ନଅ ଦଶ ଦିନ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ସବୁ ଜିଲ୍ଲାରେ ବ୍ୟାପକ କରୋନା ଟେଷ୍ଟିଂ କରାଯିବ। ମେଡ଼ିକାଲ କର୍ମଚାରୀ, ପରିବା ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ ବସ୍ତିବାସିନ୍ଦାଙ୍କ ଠାରୁ ସରକାରୀ କର୍ମଚାରୀମାନେ ଯାଇ ସ୍ବାବ୍ ସଂଗ୍ରହ କରିବେ। ଆଦୌ ଲକ୍ଷଣ ନଥିବା କିଛି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସ୍ବାବ୍ ସଂଗ୍ରହ କରାଯାଇପାରେ।
ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏଭଳି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର ଏ ସଂକ୍ରାନ୍ତରେ ସମସ୍ତଙ୍କର ସହଯୋଗ ମାଗିବା ସହିତ କହିଛନ୍ତି, ଯେତେ ଯେତେ ଅଧିକ ସ୍ବାବ୍ ପରୀକ୍ଷା ହେବ ଓ ନେଗେଟିଭ୍ ବାହାରିବ ସେତେ ଶୀଘ୍ର ଓଡ଼ିଶା ଏ ବିପଦରୁ ମୁକୁଳିବ ବୋଲି ଧରିନିଆଯିବ। ସଂପ୍ରତି ଦୈନିକ ୧୧୦୦ରୁ ୧୨୦୦ ପର୍ଯ୍ୟନ୍ତ ନମୁନା ଟେଷ୍ଟିଂ ହୋଇପାରୁଛି ଓ ଏହା ଆଗକୁ ଆହୁରି ବଢ଼ିବ। ଏଣୁ କରୋନା ଲକ୍ଡାଉନ୍ର ଦ୍ବିତୀୟ ପର୍ଯ୍ୟାୟ ଓଡ଼ିଶା ପାଇଁ ଅଧିକ ମହତ୍ତ୍ବ ରଖୁଛି।
ଶ୍ରୀ ମହାପାତ୍ର କହିଥିଲେ ଯେ ଓଡ଼ିଶା ଦେଶର ଅନ୍ୟ ସବୁ ରାଜ୍ୟ ତୁଳନାରେ (କରେନା ପଜିଟିଭ୍ କ୍ଷେତ୍ରରେ) ସୁବିଧା ଜନକ ସ୍ଥିତିରେ ଅଛି ବୋଲି ଆମେ ବାହାରେ ବୁଲିବା, ଏମିତି ନୁହେଁ। ବରଂ ଲକ୍ଡାଉନ୍କୁ ଆହୁରି କଡ଼ାକଡ଼ି ଭାବେ ପାଳନ କରିବା ଦରକାର, ଯେମିତି ସଂକ୍ରମଣ ଆଦୌ ବ୍ୟାପିବା ଲାଗି କୌଣସି ସୁଯୋଗ ପାଇବ ନାହିଁ।
ସରକାରଙ୍କ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ଯେତେବେଳେ ଜଣେ ମାତ୍ର ପଜିଟିଭ୍ ଚିହ୍ନଟ େହାଇଥିଲେ, ସେତେବେଳେ ହିଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ମେ଼ଡ଼ିକାଲ ପାଇଁ କଳ୍ପନା କରିଥିଲେ।
ଏହା ଏବେ ଓଡ଼ିଶା େକ୍ଷତ୍ରରେ ବିଶେଷ ସହାୟକ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା, କାଳେ ସଂକ୍ରମିତ ବ୍ୟକ୍ତି ଅନ୍ୟ କୌଣସି ମେଡ଼ିକାଲକୁ ଗଲେ ସେଠାରେ ରହିଥିବା େରାଗୀ ପ୍ରତି ବିପଦ ଚାଲିଆସିବ। ଏହାଦ୍ବାରା ସେସବୁ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଅତି ଗୁରୁତର ରୋଗୀ ଗୁରୁତର ହୋଇପାରନ୍ତି। ଏବେ ସମସ୍ତ ରୋଗୀଙ୍କୁ ସରକାରଙ୍କ ସ୍ବତନ୍ତ୍ର କୋଭି଼ଡ଼ ମେଡିକାଲରେ ରଖାଯାଉଛି।
ସରକାର ୩୦ଟି ଜିଲ୍ଲାରେ ୩୫ଟି ସ୍ବତନ୍ତ୍ର କୋଭିଡ୍ ମେଡ଼ିକାଲ କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଥିଲେ, ସେ ମଧ୍ୟରୁ ଆଜି ସୁଦ୍ଧା ୨୧ଟି ଜିଲ୍ଲାରେ ମୋଟ ୨୪ଟି କାର୍ଯ୍ୟକ୍ଷମ ହୋଇଛି, ଯାହାର ଶଯ୍ୟା ସଂଖ୍ୟା ୩୯୫୧। ଏଥିରେ ଆଇସିୟୁ ଶଯ୍ୟା ସଂଖ୍ୟା ୨୯୩। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ସ୍ବତନ୍ତ୍ର କୋଭିଡ଼-୧୯ ହସ୍ପିଟାଲ ଖୁବ୍ ଶୀଘ୍ର ଖୋଲିବ। ୧୯୪ ଶଯ୍ୟା ଓ ୬ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଭବାନୀପାଟଣା ସରକାରୀ ଇଞ୍ଜିନିୟରିଂ କଲେଜରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିସହିତ ବାକି ସମସ୍ତ ୧୧ଟି ଯାକ ମେଡିକାଲ ଆସନ୍ତା ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ବୋଲି ଉନ୍ନୟନ କମିସନର କହିଥିଲେ।
ସେ କହିଥିଲେ ଯେ ଯେଉଁ ଅଞ୍ଚଳରେ କୌଣସି ଜଣେ ବି ସଂକ୍ରମିତ ନାହାନ୍ତି, େସଠାରେ ମଧ୍ୟ ଡାକ୍ତରଖାନା କରାଯାଇଛି ଓ ସ୍ବତନ୍ତ୍ର ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି ଦିଆଯାଇଛି।
Follow Us