‘ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଆବଶ୍ୟକ’

ବିନିକା ପାପକ୍ଷୟ ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା

‘ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଆବଶ୍ୟକ’

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାପକ୍ଷୟ ଲୋକମହୋତ୍ସବ କମିଟି ସଭାପତି ସୁଧାଂଶୁ ଶେଖର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଦର୍ଶକଙ୍କୁ ତାଙ୍କ ଅଙ୍ଗଭଙ୍ଗୀ ମାଧୁର୍ଯ୍ୟ କଥା (ମାଡ଼ିଚାଲ) ମୋହିତ କରିଥିଲା। ଏନ୍‌ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକକଳା ଓ ସଂସ୍କୃତି ଉପରେ ନିଜର ବକ୍ତବ୍ୟ ରଖିଥିଲେ। ବିନିକା ପାରମ୍ପରିକ ଓ ଲୋକନୃତ୍ୟ ମହୋତ୍ସବ ପାଇଁ ସଂସ୍କୃତିର ବିକାଶ ଦରକାର। ଏଠିକାର ପରମ୍ପରା ନିଆରା। କଳାକାରଙ୍କ କଳା ପ୍ରଦର୍ଶନ ଉଚ୍ଚକୋଟିର। କଳା ଓ କଳାକାରଙ୍କ ବିକାଶ ପାଇଁ ଲୋକ ମହୋତ୍ସବ ଏକ ବଡ଼ ମାଧ୍ୟମ। ଲୋକ ମହୋତ୍ସବରେ ଯେମିତି କଳା ଓ କଳାକାରଙ୍କ ବିକାଶ ହେଉଛି ସେହି କ୍ରମରେ ଆମର ପର୍ଯ୍ୟଟନକ୍ଷେତ୍ର ଗୁଡ଼ିକର ଅଧିକ ବିକାଶ ମଧ୍ୟ ଦରକାର। ଐତିହାସିକ ପାପକ୍ଷଘାଟ, ଚରଦା କପିଳେଶ୍ୱର ମନ୍ଦିର, ବିନ୍‌କେଇ ପୀଠ, ଦୁର୍ଗା ମନ୍ଦିର, ତଥା ଅଞ୍ଚଳର ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିଶେଷ ବିକାଶ ଆବଶ୍ୟକ ହୋଇପଡ଼ିଛି। କଳା ସଂସ୍କୃତି ଓ ପରମ୍ପରା ସହ ପର୍ଯ୍ୟଟନ ଓ ଐତିହ୍ୟକୁ ବଂଚାଇ ରଖିବାକୁ ଉଦ୍ୟମ ହେବା ଦରକାର ବୋଲି ବିନିକା ପାପକ୍ଷୟ ଲୋକମହୋତ୍ସବର ତୃତୀୟ ଦିବସରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।

publive-image

ଧର୍ମେନ୍ଦ୍ର ଥନାପତି ପାପକ୍ଷୟ ସମ୍ମାନ ମାନପତ୍ରକୁ ପଠନକରି ଅତିମାନଙ୍କ ଦ୍ବାରା ଶାନ୍ତନୁ ସାହୁଙ୍କୁ ମାନପତ୍ର ଦେଇ ପାପକ୍ଷୟ ସମ୍ମାନରେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଆଞ୍ଚଳିକ ଲୋକଗୀତ ଓ ନାଚ ନରେନ୍ଦ୍ର ଥନାପତି, ଟିକାଲାଲ ଥନାପତି ଲୋକଗୀତ, ଭୁବନେଶ୍ବର ବାଦୀ ଭଜନ, ମନୁ ମହାଲିଙ୍ଗ ସମ୍ବଲପୁରୀ ଗୀତ, ଲୋକନାଚ, ନବ କଲିତା ଡେନ୍ସ ଗୃପ, ଅନୀରିକା ପଣ୍ଡା ଓଡ଼ିଶୀ, ଆଞ୍ଚଳିକ ଲୋକଗୀତ ସମ୍ବଲପୁର ଲହରୀ ଡାଲଖାଇ ଓ ଚୁଟକୁଚୁଟା, ଭବାନୀପାଟଣା ନୃତ୍ୟାଙ୍ଗନ ଢ଼ାପ ଘୁଡ଼ୁକା ବନାବଡ଼ି, ଲୋକଗୀତ ପଦ୍ମିନୀ ଦୋରା, ଶତ୍ରୁଘ୍ନ ଲୁହା, ଅମିତ ଯୋଶୀ, ମନୋରଞ୍ଜନ କରିଥିଲେ। ଶେଷରେ ସମ୍ପାଦକ ମାନସ ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe