ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌

ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ବଡ଼ବାହାଲ-ସମାସିଂଘା ରାସ୍ତାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ନିଆଁଲାଗି ସଂପୂର୍ଣ୍ଣ ଜଳିଯାଇଛି। ରବିବାର ଅପରାହ୍ନରେ ସମ୍ବଲପୁର ପଟେ ଯାଉଥିବା ଟ୍ରକ୍ ନଂ. ଓଡି-୨୩ ଏମ-୬୦୭୮ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ନିଆଁଲାଗି ଜଳୁଥିବା ଏକ ଗଛକୁ ଧକ୍କା ଦେଇଥିଲା।

ଫଳରେ ଟ୍ରକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତେବେ ଉଭୟ ଡ୍ରାଇଭର ଓ ହେଲପର ଗାଡ଼ିରୁ ତୁରନ୍ତ ବାହାରି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କୋଲାବିରା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲେ। ଟ୍ରକଟି ବଡ଼ମାଳ ଅଞ୍ଚଳର ମିତ୍ରଭାନୁ ମେହେରଙ୍କର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe