ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବାର୍ଷିକୀ ଜାନୁଆରି ୧୪ରେ

ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବାର୍ଷିକୀ ଜାନୁଆରି ୧୪ରେ

Reddit

ପୁରୀ: ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପୁରୀ ଆଗମନର ୧୦୨ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଜାନୁଆରି ୧୪ ତାରିଖରେ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହେବାକୁଯାଉଛି। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ୍‌ ହାଉସ୍‌ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ବିଭିନ୍ନ ବିଭାଗ ସହଯୋଗ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଆଇନଶୃଙ୍ଖଳା, ପରିମଳ, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା, ଗାଡ଼ି ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବାକୁ ସେ ପରାମର୍ଶ ଦେଇଥିଲେ। କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉତ୍ସବ କମିଟିର ସମ୍ପାଦକ ଡମ୍ବରୁଧର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ପୁରୀ ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ମନୋଜ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, କମିଟିର ଉପସଭାପତି ଡ଼ ହୃଷୀକେଶ ସେନାପତି, ସହସମ୍ପାଦକ ନିରଞ୍ଜନ ବେହେରା, ଡ଼ ନନ୍ଦକିଶୋର ପ୍ରଧାନ, ସ୍ୱାଇଁ ଶ୍ରୀ ନୃସିଂହ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe