୭ରେ ପାଟକୁରା ଶାଖା ସଂଘ ଆସନ ମନ୍ଦିର ଶୁଭ ବିଜେ

ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୬୭ତମ ଭକ୍ତ ସମ୍ମିଳନୀ

୭ରେ ପାଟକୁରା ଶାଖା ସଂଘ ଆସନ ମନ୍ଦିର ଶୁଭ ବିଜେ

ମାର୍ଶାଘାଈ : ପରମହଂସ ଶ୍ରୀମଦ୍‌ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରବର୍ତ୍ତିତ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୬୭ତମ ଅଧିବେଶନ ଜାନୁଆରି ୩୦ରୁ ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ପାଟକୁରା ଶାଖା ସଂଘ ଆସନ ମନ୍ଦିର, ଆଖୁଆ ଦକ୍ଷିଣୀରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଶ୍ରୀ ଠାକୁର ମହାରାଜ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗଠାରୁ ଶୁକ୍ରବାର ସକାଳ ପ୍ରାୟ ୭ଟା୩୦ ମିନିଟ୍‌ରେ ଶୁଭଘୋଷଯାତ୍ରା ଆରମ୍ଭ କରି ମଧ୍ୟାହ୍ନ ୨ ଘଟିକାରେ ଫୁଲନଖରା ଆସନ ମନ୍ଦିରରେ ବିଶ୍ରାମ କରିଥିଲେ ଏବଂ ୪ ଘଟିକା ସମୟରେ ଏହିଠାରୁ ଯାତ୍ରା ଆରମ୍ଭ କରି ଯୋବ୍ରା ଆସନ ମନ୍ଦିରରେ ରାତ୍ର ବିଶ୍ରାମ କରିଥିଲେ। ଆଜି ସକାଳ ୮ଟାରେ ଝାରପଡ଼ାଠାରେ ମଧ୍ୟାହ୍ନ ବିଶ୍ରାମ କରିଥିଲେ। ଅପରାହ୍ନ ୪ଟାରେ ଏଠାରୁ ଯାତ୍ରା କରି କରିଲୋପାଟଣା ଆସନ ମନ୍ଦିରଠାରେ ରାତ୍ରି ବିଶ୍ରାମ କରିଛନ୍ତି। ଯାତ୍ରା ସମୟରେ ଠାକୁରଙ୍କ ସହିତ ନାମ ମହାରାଜ, ପରିଚାଳକ ମହୋଦୟଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ। ୭ ତାରିଖ ସକାଳ ୮ଟାରେ ଏଠାରୁ ବାହାରି ପେଣ୍ଠ ଉଚ୍ଚ ବିଦ୍ୟାଳୟଠାରେ ରଥାରୁଢ଼ ହୋଇ ପାଟକୁରା ଶାଖା ସଂଘ ଆସନ ମନ୍ଦିର, ଆଖୁଆ ଦକ୍ଷିଣୀଠାରେ ଏହି ସମୟରେ ଶ୍ରୀଶ୍ରୀ ଠାକୁରଙ୍କ ସହିତ ଆନୁମାନିକ ୫୦୦୦ରୁ ଅଧିକ ଭକ୍ତ ସମାଗମ ହେବାର ସୂଚନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe