‘ଠାକୁର ନିଗମାନନ୍ଦ ଥିଲେ ଅଦ୍ବିତୀୟ ସଦ୍‌ଗୁରୁ’

Advertisment

ବାଲେଶ୍ବର ଟାଉନ୍‌ ସାରସ୍ବତ ସଂଘର ୩୮ତମ ବାର୍ଷିକୋତ୍ସବ

ବାଲେଶ୍ବର ଟାଉନ୍‌ ସାରସ୍ବତ ସଂଘର ୩୮ତମ ବାର୍ଷିକୋତ୍ସବ

‘ଠାକୁର ନିଗମାନନ୍ଦ ଥିଲେ ଅଦ୍ବିତୀୟ ସଦ୍‌ଗୁରୁ’

ବାଲେଶ୍ବର: ସମଗ୍ର ବିଶ୍ବକୁ ପରିଚାଳନା ପାଇଁ ସ୍ବୟଂ ଭଗବାନ ବିଭିନ୍ନ ସମୟରେ ଏ ଧରାପୃଷ୍ଠକୁ ଜଗଦ୍‌ଗୁରୁଙ୍କୁ ଅବତାର ରୂପରେ ପ୍ରେରଣ କରିଥା’ନ୍ତି। ଏହି ଜଗଦ୍‌ଗୁରୁମାନଙ୍କ ମଧ୍ୟରୁ ସ୍ବାମୀ ନିଗମାନନ୍ଦ ପରମହଂସ ହେଉଛନ୍ତି ଅନ୍ୟତମ। ତନ୍ତ୍ର, ମନ୍ତ୍ର, ଜ୍ଞାନ ଓ ପ୍ରେମ ସାଧନାରେ ସେ ଅଦ୍ବିତୀୟ ସଦ୍‌ଗୁରୁ। ଶ୍ରୀଶ୍ରୀ ଠାକୁର ନିଗମା‌ନନ୍ଦ ସଦ୍‌ଗୁରୁ ଥିଲେ, ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ ବୋଲି କହିଛନ୍ତି ଶ୍ରୀମଦ୍‌ ଶାନ୍ତିଚୈତନ୍ୟ ବ୍ରହ୍ମଚାରୀ ମହାରାଜ।

ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ପଞ୍ଚାୟତ ଶ୍ରୀବନ୍ତପୁରସ୍ଥିତ ନିଗମାନନ୍ଦ ଆସନମନ୍ଦିର ପରିସରରେ ଆଜି ଅନୁଷ୍ଠିତ ବାଲେଶ୍ବର ଟାଉନ ସାରସ୍ବତ ସଂଘର ୩୮ତମ ବାର୍ଷିକୋତ୍ସବକୁ ଶ୍ରୀମଦ୍‌ ଶାନ୍ତିଚୈତନ୍ୟ ବ୍ରହ୍ମଚାରୀ ମହାରାଜ ପୌରୋହିତ୍ୟ କରିଥିଲେ। ଏହି ଅବସରରେ  ସଂଘର ପ୍ରାକ୍ତନ ତତ୍ତ୍ବାବଧାୟିକା ସମିତିର ସର୍ବଭାରତୀୟ ସଭାପତି ନାରାୟଣ ଚନ୍ଦ୍ର ପା‌ଲ ଏବଂ ପ୍ରାକ୍ତନ ସହ-ସଭାପତି ଗୋପାଳ ଚନ୍ଦ୍ର ରାଉତ ଉପସ୍ଥିତ ରହି ଠାକୁର ଶ୍ରୀଶ୍ରୀ ନିଗମାନନ୍ଦଙ୍କ ଭାବଧାରା, ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘଶକ୍ତି ପ୍ରତିଷ୍ଠା‌ ଏବଂ ଭାବ ବିନିମୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନ‌ା କରିଥିଲେ। ଶନିବାର ସଂଧ୍ୟାରେ ଆରମ୍ଭ ହୋଇଥିବା ଏହି ସାରସ୍ବତ ସମାବେଶରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ସମେତ ସୁଦୂର ପଶ୍ଚିମବଙ୍ଗ ରାଜ୍ୟରୁ ୫୦୦ରୁ ଅଧିକ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁ, ସନ୍ନ୍ୟାସୀ ଅଂଶଗ୍ରହଣ କରି ଶ୍ରୀଶ୍ରୀ ଠାକୁରଙ୍କ ମୁଖନିସୃତ ଅଭୟବାଣୀ ଶୁଣିବାର ସୁଯୋଗ ଓ କୃପାଲାଭ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସାରସ୍ବତ ସଂଘର ଆଶିଷ କୁମାର ବାନାର୍ଜୀ, ମୃତ୍ୟୁଞ୍ଜୟ ସାହୁ, ଦୟାନିଧି ବେହେରା, ରବିନାରାୟଣ ଜେନା, ଚନ୍ଦ୍ରଶେଖର ସ୍ବାଇଁ, ଶଙ୍କରେଶ ବର୍ଦ୍ଧନ, ଦିଗମ୍ବର ପାତ୍ର, ଜୟକୃଷ୍ଣ ଜେନା, ଶିବନାରାୟଣ ଦାସ, ପୁରୁଷୋତ୍ତମ ବେହେରା, ନିରୋଜ କୁମାର ସାହୁ, ଶୁଭ୍ରାଂଶୁ କୁମାର ଘଡ଼େଇ, ରାନୁ ଆଶ୍‌, ବାସନ୍ତୀ ଘଡ଼େଇ, ସୁଜାତା ଘଡ଼େଇ, ପିଙ୍କି ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe