SEIU Healthcare
ଭୁବନେଶ୍ବର : ନିୟମିତ ରକ୍ତ ନେଉଥିବା ଥାଲାସେମିଆ ରୋଗୀଙ୍କ ଏଚ୍ଆଇଭି ଏ ଓ ୨, ହେପାଟାଇଟିସ୍ ବି ଓ ସି ପରୀକ୍ଷା କରିବା ଲାଗି ରାଜ୍ୟ ରକ୍ତ ସଂଚାରଣ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତୀୟ ଏକ ଚିଠି କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ରାଉରକେଲା, ମେଡିକାଲ କଲେଜର ଅଧୀକ୍ଷକ, ବିଏମ୍ସି ହସ୍ପିଟାଲର ସିଏମ୍ଏମ୍ଓ ଓ ସିଡିଏମ୍ଓମାନଙ୍କୁ ଜାରି ହୋଇଛି। ଏହାସହ ସଂପୃକ୍ତ ବ୍ୟକ୍ତିମାନଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ରାଜ୍ୟର ଏବେ ପ୍ରାୟ ୧୫ ହଜାର ଥାଲାସେମିଆ ରୋଗୀ ଅଛନ୍ତି। ସେମାନଙ୍କୁ ନିୟମିତ ବ୍ୟବଧାନରେ ରକ୍ତ ନେବାକୁ ପଡ଼ିଥାଏ। ତେବେ ରାଜ୍ୟରେ କିଛି ଥାଲାସେମିଆ ରୋଗୀଙ୍କ ଶରୀରରେ ଏଚ୍ଆଇଭି ଭୂତାଣୁ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରବର୍ତୀ ସମୟରେ ଦିଲ୍ଲୀପ କୁମାର ଦାସ ନାମକ ବ୍ୟକ୍ତି ରାଜ୍ୟ ଆଇନ ସେବା କର୍ତୃପକ୍ଷଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିଲେ। ପିଟିସନ୍ ଆଧାରରେ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ପକ୍ଷରୁ ରାଜ୍ୟ ରକ୍ତ ସଂଚାରଣ ପରିଷଦଙ୍କୁ ଏ ନେଇ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଥିଲା।
Follow Us