ବରପାଲି: ଚଳିତ ବର୍ଷ ବରପାଲି ଶୀତଳଷଷ୍ଠୀ ଯାତ୍ରା ୧୪୬ ବର୍ଷରେ ପଦାର୍ପଣ କରୁଛି। ରବିବାର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁ କପିଳେଶ୍ବର ବାବାଙ୍କ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ ସହ ଥାଳ ଉଠା ସଂପନ୍ନ ହୋଇଯାଇଛି। ପଣ୍ଡିତ ହେମନ୍ତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଅପରାହ୍ନରେ ଯାତ୍ରା କମିଟି ବରପକ୍ଷ ଓ ତହସିଲ ଛକ ଜୟ ଜଗଦମ୍ବା କ୍ଲବ କନ୍ୟାପକ୍ଷ ଶୈବ ଭକ୍ତମଣ୍ଡଳୀ ସ୍ଥାନୀୟ ନୃପରାଜ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ରାଜବାଟୀ ମିଶ୍ରପଡା ପଡ଼ା ହୋଇ ବାବା କପିଳେଶ୍ବର ଶିବମନ୍ଦିରରେ ପହଞ୍ଚିଥିଲେ।
ପରେ ଦେବଦେବ କପିଳେଶ୍ବର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ଜୟ ଜଗଦମ୍ବା କ୍ଲବ ପାର୍ବତୀ ମାତାଙ୍କ ପିତା ଘର ମଧ୍ୟରେ ପ୍ରଥା ଅନୁଯାୟୀ ବାବା ଓ ମାତାଙ୍କ ପୂଜାର୍ଜନା ହୋଇ ସମସ୍ତ ନୀତିକାନ୍ତିମାନ କରାଯାଇଥିଲା। ପରେ ଦୁଇ କୁଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିରରେ କରାଯାଇଥିଲା। ଷଷ୍ଠୀ କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ରୂପେ ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପୂଜକମାନଙ୍କ ଦ୍ବାରା ଦେବନୀତି ପୂଜାର୍ଜନା କାର୍ଯ୍ୟ ଷଷ୍ଠୀ ବ୍ରତ ଧାରଣ କରାଯାଇଥିଲା। କନ୍ୟା ପକ୍ଷରୁ ସମାପନ ପରେ ପଣ୍ଡିତଙ୍କ ଦ୍ବାରା ସଂକଳ୍ପଧାରୀ ଓ କନ୍ୟା ପିତାମାତା ରାଜଗୋପାଳ ଦାଶ ଓ ମିନତି ପତିଙ୍କ ସହ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
Follow Us