୨ ବର୍ଷର ଝିଅ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ

୨ ବର୍ଷର ଝିଅ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ

ଗଣିଜାଙ୍ଗ : ବୟସ ମାତ୍ର ୨ବର୍ଷ ୮ମାସ। ସେ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ନିଜର ସ୍ମରଣଶକ୍ତି ପାଇଁ ତାଙ୍କୁ ଏହି ସଫଳତା ମିଳିଛି। ଏହି ବିସ୍ମୟ ବାଳିକା ହେଉଛନ୍ତି ଗଣିଜାଙ୍ଗ ଗ୍ରାମର ଇଂ.ବିଜୟ କୁମାର ପଣ୍ଡା ଓ ଇଂ. ଜ୍ୟୋତିର୍ମୟୀ ପଣ୍ଡାଙ୍କ ଝିଅ ସଂପୂର୍ଣ୍ଣା ପଣ୍ଡା। କୌଣସି ସ୍କୁଲକୁ ଏ ପର୍ଯ୍ୟନ୍ତ ଯାଇନାହାନ୍ତି।

ଏ‌େବ ସେ ସମସ୍ତ ମହାଦେଶ, ମହାସାଗର, ଦେଶର ବଡ ଓ ସାନ ହ୍ରଦ, ଭାରତୀୟ ସଙ୍କେତ, ଜାତୀୟ ସଙ୍ଗୀତ, ଶରୀରର ସମସ୍ତ ଅଙ୍ଗ, ସାତଦିନ, ବାରମାସର ନାମ, ୨୦ପ୍ରକାର ଫଳ, ୧୫ ପ୍ରକାର ଫୁଲ, ୧୮ପ୍ରକାର ପରିବା, ୨୨ପ୍ରକାର ଯାନବାହାନ, ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ନାମ, ୧ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟା, ନିଜର ଠିକଣା ଓଡିଆ ଓ ଇଂରାଜୀରେ କହି ପାରନ୍ତି। ଏଥିସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆର.ବି.ଆଇ ଗଭର୍ଣ୍ଣରଙ୍କ ନାମ କହି ପାରୁଛନ୍ତି। ଏହି ବିସ୍ମୟ ବାଳିକାଙ୍କ ବୁଦ୍ଧି ଓ ଜ୍ଞାନର ଚର୍ଚ୍ଚା ଚାଡିଆଡେ ହେଉଛି। ତାଙ୍କ ମାଆଙ୍କ କହିବା ଅନୁଯାୟୀ ସେ ଯେ କୌଣସି ପାଠକୁ ସଙ୍ଗେ ସଙ୍ଗେ ମନେ ରଖି ଦିଅନ୍ତି। ଦେଢ ମାସ ତଳେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ହଜାର ହଜାର ପିଲା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ସଂପୂର୍ଣ୍ଣା ମନୋନୀତ ହୋଇଥିଲେ। ଗତ ୩ ଦିନ ତଳେ ସେ ଦିଲ୍ଲୀ ଅଫିସରୁ ପ୍ରମାଣପତ୍ର, ମେଡାଲ, ବହି, ଲୋଗୋ, ବ୍ୟାଚ୍ ଓ ପେନ୍ ପାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe