ଆରମ୍ଭ ହେଲା ୨୧ତମ ଲୋକମେଳା

ସ୍ବୟଂ ଜଗନ୍ନାଥ ଆଦିବାସୀଙ୍କ ସହ ସଂଶ୍ଳିଷ୍ଟ:ନାଗାଲାଣ୍ଡ ରାଜ୍ୟପାଳ

ଆରମ୍ଭ ହେଲା ୨୧ତମ ଲୋକମେଳା

ପୁରୀ: ସଂସ୍କୃତି, ପରମ୍ପରା, କଳା ଓ ସଂଗୀତ ଆଦିବାସୀଙ୍କ ସ୍ବତନ୍ତ୍ରତା। ସେଥିରେ ତାଙ୍କ ଭାବନା, ଅନୁଭବ ଓ ଜୀବନଶୈଳୀ ନିହିତ ଅଛି ବୋଲି କହିଛନ୍ତି ନାଗାଲାଣ୍ଡର ରାଜ୍ୟପାଳ ଲା ଗଣେଶନ୍‌। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ୨୧ତମ ଲୋକମେଳା ଓ ୧୪ତମ କୃଷି ମେଳାକୁ ଉଦ୍‌ଘାଟନ କରି ନାଗାଲାଣ୍ଡ ରାଜ୍ୟପାଳ କହିଥିଲେ, ଓଡ଼ିଶାରେ ୬୨ ପ୍ରକାରର ଜନଜାତି ବସବସ କରୁଥିବା ବେଳେ ସ୍ବୟଂ ଜଗନ୍ନାଥ ଆଦିବାସୀଙ୍କ ସହ ସମ୍ପର୍କିତ। ଏ ମାଟିରେ ପାଦ ରଖି ମୁଁ ଗୌରବାନ୍ବିତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସର‌ରେ ବିଶିଷ୍ଟ ଘୋଡ଼ାନାଚ ଗୁରୁ ଡ.ଉଚ୍ଛବ ଚରଣ ଦାସଙ୍କୁ ‘ଶ୍ରୀକ୍ଷେତ୍ର ସମ୍ମାନ’ ଓ ଗୀତିକାର ବଦ୍ରି ମିଶ୍ରଙ୍କୁ ‘ଲୋକଗୀତ ସମ୍ମାନ’ରେ ସମ୍ମାନିତ କରାଯାଇଥିବା ବେଳେ କାନାରା ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଜଗଦୀଶ ଚନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସାଂଗଠନିକ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର, ଶ୍ରୀ ଶ୍ରୀ‌କ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି, ଗୌରହରି ପ୍ରଧାନ, ଉପାଧ୍ୟକ୍ଷ ଭରତ ନାୟକ, ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର, ଉତ୍ସବ କମିଟି ଉପାଧ୍ୟକ୍ଷ ବିଶ୍ବନାଥ ମିଶ୍ର, ସାଂସ୍କୃତିକ ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ଓ ସଂଗ୍ରାମ କେଶରୀ କାନୁନଗୋ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe