ସପ୍ତମ ଶ୍ରେଣୀ ପିଲାଙ୍କୁ ମିଳିନି ଭୂଗୋଳ ବହି

Advertisment
ସପ୍ତମ ଶ୍ରେଣୀ ପିଲାଙ୍କୁ ମିଳିନି ଭୂଗୋଳ ବହି

Education Corner

ବିଂଝାରପୁର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି। ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାବର୍ଷ ଅଧା ହେଲାଣି ଅଥଚ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଦ୍ୟାବଧି ମିଳିନି ଭୂଗୋଳ ବହି। ଏହାଦ୍ବାରା ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବିଂଝାରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏହି ଅବସ୍ଥା ଦେଖିବାକୁ ମିଳିଛି। ବିଂଝାରପୁର ବ୍ଲକରେ ମୋଟ ୫୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୪୩୦ ଜଣ ଛାତ୍ରଛାତ୍ରୀ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି। କେତେକ ଜାଗାରେ କିଛି ଛାତ୍ରଛାତ୍ରୀ ପୂର୍ବବର୍ଷର ପୁରୁଣା ବହି ସଂଗ୍ରହଣ କରି ପଢୁଛନ୍ତି।

ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ହୋଇନାହିଁ। ଏହାକୁ ନେଇ ଅଭିଭାବକ ସରୋଜ ଦାସ, ଅବିନାଶ ମଲ୍ଲିକ, କରୁଣାକର ଦାସ, ଗୌତମ ସାହୁ, ସେକ ଆବିଦ, ସନାତନ ସାମଲ, ଅଭିଜିତ ସାହୁ, ରହେମାନ ଖାନ, ସେକ ସାହିଦ, ମୋହନ ଚରଣ ରାଉତ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଭୂଗୋଳ ବହି ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଏ ସଂପର୍କରେ ମଣ୍ଡଳ ଶିକ୍ଷାଧିକାରୀ ମହମ୍ମଦ ହୁମାୟୁନଙ୍କୁ ପଚାରିବାରୁ ସରକାରଙ୍କ ତରଫରୁ ଭୂଗୋଳ ବହି ଆସିନଥିବା କହିଛନ୍ତି। ଏ ବିଷୟରେ ଜଣାଇ ଦିଆଯାଇଛି, ବହି ଆସିଲେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe