ଯାଜପୁର : ଯାଜପୁରରୋଡ ଷ୍ଟେସନ୍ ନିକଟରେ ଇଞ୍ଜିନ୍ବିହୀନ ବଗି ଗଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ନେଇ ଖୋର୍ଦ୍ଧାରୋଡ୍ ଡିଆରଏମ ରିକେଶ ରାୟ ତଦନ୍ତ କରିଛନ୍ତି। ସେ କହିଛନ୍ତି ବଗିଗୁଡ଼ିକ ସୁରକ୍ଷିତ ରଖାଯାଇଥିଲା। କେହି ଦୁର୍ବୃତ୍ତ ଏହା ଲକ୍ ଖୋଲିଦେଇଥିବାରୁ ୧୮ଟି ଅଲଗା ହୋଇ ଗଡ଼ିଯାଇଥିଲା ବୋଲି କହିଛନ୍ତି।
ମୃତକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ବର : ବୁଧବାର ଅପରାହ୍ନରେ ଯାଜପୁର ରୋଡ୍ ଷ୍ଟେସନ୍ରେ ଟ୍ରେନ୍ରେ କଟି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Follow Us