ଲଇକେରା: ଝାରସୁଗୁଡ଼ା ଜିଲ୍ଲାରେ ଗତ ଡିସେମ୍ବର ୯ ତାରିଖରୁ ଧାନମଣ୍ଡି ଖୋଲିଥିଲେ ହେଁ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ମଣ୍ଡି ଚାଲି ପାରୁନାହିଁ। କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଘରଘର ବୁଲି ସର୍ଭେ କରିବାକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିଛି। ଜିଲ୍ଲାପାଳଙ୍କୁ ବିଭିନ୍ନ ସମୟରେ ଭେଟି ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ତେବେ ଗୁରୁବାର ସକାଳ ପ୍ରାୟ ୭ଟାରେ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍ଓ) ଦୁର୍ଗାଚରଣ ବେଶ୍ରାଙ୍କ ସହ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ସୂର୍ଯ୍ୟ ପାଣିଗ୍ରାହୀ, ଜୟନ୍ତ କୁଣ୍ଡୁ, ସରିତା ମିର୍ଦ୍ଧା, ବାସନ୍ତୀ ମୁର୍ମୁ, ରୋଜାଲିନ୍ ସାହୁ, ମାନସ ରଞ୍ଜନ ମହନ୍ତ, ଅଜୟ କେରକେଟା, ଆଶୁତୋଷ କିଷାନ, ପାୟଲ ହେମ୍ବ୍ରମ୍ ଲଇକେରା ବ୍ଲକ୍ ଅନ୍ତର୍ଗତ ମୟୂରଡିମା ଗାଁକୁ ଆସିଥିଲେ।
RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା
ଏହି ସମୟରେ ଜଣେ ଚାଷୀ ଘର ସମ୍ମୁଖରେ ମଣ୍ଡିକୁ ନେବା ପାଇଁ ଧାନ ଟ୍ରାକ୍ଟରରେ ରଖିଥିବା ବେଳେ ଯୋଗାଣ ବିଭାଗ ଟିମ୍ ଟୋକନ୍ ସହ କାଗଜପତ୍ର ତନଖି କରିଥିଲେ। ପରେ ପାକେଲପଡ଼ା ପ୍ୟାକ୍ସକୁ ଯାଇ ଧାନଗାଡ଼ିରେ ଭିଟିଏସ୍ ହୋଇନି କହି ଧାନକିଣା ରେଜିଷ୍ଟ୍ରର, ଟୋକନ୍ ରେଜିଷ୍ଟ୍ରରକୁ ଧରି ଚାଲି ଚାଲି ଆସୁଥିଲେ। ଏହି ସମୟରେ ଝରିଆବାହାଲ ଛକଠାରେ କିରମିରା, କୋଲାବିରା ଏବଂ ଝାରସୁଗୁଡ଼ା ବ୍ଲକ୍ ଚାଷୀ ସଂଗଠନର ବହୁ ଚାଷୀ ଆସି ସମସ୍ତ ଅଧିକାରୀଙ୍କୁ ଅଟକାଇଥିଲେ। ଘରଘର ବୁଲି ସର୍ଭେ ନିର୍ଦ୍ଦେଶନାମା ପ୍ରତ୍ୟାହାର, ଭିଟିଏସ୍ ବ୍ୟବସ୍ଥା ଉଠାଇବା, ଜିଲ୍ଲାର ସମସ୍ତ ପ୍ୟାକ୍ସ ଓ ଧାନ କିଣୁଥିବା ମହିଳା ଏସ୍ଏଚ୍ଜିକୁ ଟାର୍ଗେଟ୍ ଦେବା, ଲାପ୍ସ ହୋଇଥିବା ଟୋକନ୍କୁ ପୁନଃ ବଢ଼ାଇବା ଲାଗି ଚାଷୀମାନେ ଦାବି କରିଥିଲେ। ଦାବି ପୂରଣ ନକଲେ କାହାକୁ ଛାଡ଼ିବେ ନାହିଁ ବୋଲି ଜିଦ୍ରେ ଅଟଳ ରହିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେଶ୍ରା ଜିଲ୍ଲାପାଳଙ୍କ ସହ ଫୋନରେ କଥା ହୋଇଥିଲେ।
Horoscope 2026 February 06 : ଜାଣନ୍ତୁ ଆଜିର ରାଶିଫଳ
ପରେ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ଫୋନ୍ କରି ଘରକୁଘର ବୁଲି ସର୍ଭେ ଆଦେଶକୁ ବାତିଲ କରାଗଲା ବୋଲି କହିଥିଲେ। ଆଜିଠାରୁ ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନିଆଗଲା, ଦିନ ୪ଟା ସୁଦ୍ଧା ସମସ୍ତ ବ୍ଲକ୍ର ପ୍ୟାକ୍ସଗୁଡ଼ିକୁ ଟାର୍ଗେଟ୍ ଦିଆଗଲା, ଯେଉଁ ଟୋକନ୍ ଲାପ୍ସ ହୋଇଛି ସେଗୁଡ଼ିକର ଅବଧି ବୃଦ୍ଧି କରିବାକୁ ମତ ଦେବା ପରେ ସନ୍ଧ୍ୟା ୫ଟାରେ ଅଟକ ସମସ୍ତ ଅଧିକାରୀଙ୍କୁ ଛଡ଼ା ଯାଇଥିଲା। ଏହି ଦାବି ସମାବେଶରେ ମା’ ଅନ୍ଧାରୀ କୃଷକ ସଙ୍ଗଠନର ସଭାପତି ସାଗର କୁମୁରାଙ୍କ ସହ ଜିଲ୍ଲା ପରିଷଦ ସଭାପତି ତୁଲାବତୀ ମିଞ୍ଜ, ବ୍ଲକ୍ ଅଧ୍ୟକ୍ଷ ସଞ୍ଜିତ ନାଏକ, ଚାଷୀନେତା ଦିଲୀପ ବଢ଼େଇ, ରୋହିତ କିଷାନ, ନିଶିକାନ୍ତ ପଟେଲ, ପ୍ରସନ୍ନ ପଟେଲ, ଟଙ୍କଧର ନାଏକ, ପୌଲସ୍ତି ପଟେଲ, ଅଜିତ ପଟେଲ, ସୁଶାନ୍ତ ପଟେଲ, ତେଜରାଜ ନାଏକ, ଲୋକେଶ ଚୌଧୁରୀ, ଲୋକେନ୍ଦ୍ର ରାଉତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/06/adgdgaadgzcv-2026-02-06-02-09-45.jpg)