ଭୋଗରାଇରେ ଉଠିଲାଣି ଜୁଆର: ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛି ପ୍ରଶାସନ

Advertisment

‘ଦାନା’କୁ ନେଇ ବାଲେଶ୍ବରବାସୀ ଚିନ୍ତାରେ। ଆଜି ଅପରାହ୍‌ଣରୁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନ ମଧ୍ୟ ବୋହିବା ଆରମ୍ଭ କରିଛି।

‘ଦାନା’କୁ ନେଇ ବାଲେଶ୍ବରବାସୀ ଚିନ୍ତାରେ। ଆଜି ଅପରାହ୍‌ଣରୁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନ ମଧ୍ୟ ବୋହିବା ଆରମ୍ଭ କରିଛି।

fhhfkhkfhk

ଭୋଗରାଇ: ‘ଦାନା’କୁ ନେଇ ବାଲେଶ୍ବରବାସୀ ଚିନ୍ତାରେ। ଆଜି ଅପରାହ୍‌ଣରୁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନ ମଧ୍ୟ ବୋହିବା ଆରମ୍ଭ କରିଛି। କୁହାଯାଉଛି, ସମୁଦ୍ରକୂଳିଆ ଭୋଗରାଇ ବ୍ଲକ୍‌ ଅଧିକ ପ୍ରଭାବିତ ହେବ। ତେବେ ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ସେଠାରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ‘ଗ୍ରାଉଣ୍ଡ ଜିରୋ’ରେ ପହଞ୍ଚି ଅନୁଧ୍ୟାନ କରିଛି ‘ସମ୍ବାଦ’ ଟିମ୍‌।
ଦିନ ପ୍ରାୟ ୨ଟା ହେବ; ପାଗ ବଦଳିଥିଲା। ବାଦଲ ଦ୍ବାରା ଆକାଶ ଢାଙ୍କିଯାଇଥିଲା। ଦେଢ଼ଘଣ୍ଟା ପରେ ବର୍ଷା ମଧ୍ୟ ଆରମ୍ଭ ହୋଇଥିଲା। ବର୍ଷା ପରିମାଣ ଅଧିକ ନଥିଲେ ବି ଝିପି ଝିପି ଲାଗି ରହିଛି। ସେହିପରି ପବନ ମଧ୍ୟ ହେଉଛି। ସମୁଦ୍ରରେ ମଧ୍ୟମଧରଣର ଜୁଆର ଉଠୁଛି। ଏପରି ସମୟରେ ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବାବଦରେ ଡେପ୍ୟୁଟି କଲେକ୍ଟର ନାରାୟଣ ହେମ୍ବ୍ରମଙ୍କ ସହ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ବରଂଜନ ନାୟକ, ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ହିମାଂଶୁ ଶେଖର ଗିରି, ବ୍ଲକ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଦୀପ୍ତ କୁମାର ରାଉତ ଓ ପପୁ ଭୂୟାଁ ପ୍ରମୁଖ ତଦାରଖ କରୁଛନ୍ତି।

୨୨ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, ରହିଲେଣି ଲୋକେ
ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛି ପ୍ରଶାସନ
ପର୍ଯ୍ୟଟନସ୍ଥଳୀ ଜଗିଛନ୍ତି ପୁଲିସ କର୍ମଚାରୀ

ସେହିପରି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ମଧ୍ୟ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସୁବିଧା-ଅସୁବିଧା ବୁଝୁଛନ୍ତି। ଯାହା ଜଣାପଡ଼ିଛି; ଲୋକଙ୍କୁ ରଖିବା ପାଇଁ ବ୍ଲକ୍‌ର ମୋଟ ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୨୬୧ଟି ବିଦ୍ୟାଳୟ ପ୍ରସ୍ତୁତ ଅଛି। ସଂଧ୍ୟା ୬ଟା ସୁଦ୍ଧା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ୫୫୦ ଜଣ ଲୋକ ଆସି ରହିଥିବା ବେଳେ ରାତି ସୁଦ୍ଧା ଆହୁରି ୭ଶହ ଜଣ ଲୋକଙ୍କୁ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାଣି ମହଜୁଦ ରହିଛି। ଅନ୍ୟପଟେ ବ୍ଲକ୍‌କୁ ଏଯାଏଁ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସିଛି। ସମୁଦ୍ରକୂଳିଆ ଉଦୟପୁର, ତାଳସାରୀ, ବିଚିତ୍ରପୁର, କୀର୍ତ୍ତନିଆ ସହ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଉଛି। ମତ୍ସ୍ୟଜୀବୀମାନେ ସେମାନଙ୍କର ଡଙ୍ଗା ଓ ମାଛଧରା ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗିପଡ଼ିଛନ୍ତି। ପର୍ଯ୍ୟଟନସ୍ଥଳୀ; ଉଦୟପୁର ଓ ତାଳସାରୀ ବେଳାଭୂମିକୁ ଯେପରି କୌଣସି ପର୍ଯ୍ୟଟକ ଆସି ନ ପାରିବେ, ସେନେଇ ଉଭୟ ସ୍ଥାନରେ ତାଳସାରୀ ମେରାଇନ୍‌ ଥାନା ପକ୍ଷରୁ ପୁଲିସ କର୍ମଚାରୀ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe