ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ପ୍ରଶାସନ ପଦକ୍ଷେପ ନେଉ: ଧର୍ମେନ୍ଦ୍ର

Advertisment
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ମୁଁ ବିବ୍ରତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ସହ କୋଟି କୋଟି ଭକ୍ତଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡ଼ି ହୋଇରହିଛି। ପୁରୀର ଅଧିବାସୀ ତଥା ବୟୋଜ୍ୟୋଷ୍ଠ, ମା’ ଓ ନାଗରିକଙ୍କର ଜଗା ସହ ନିତିଦିନିଆ ସମ୍ପର୍କ ରହିଛି। ଏଥିପାଇଁ ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ତେଣୁ ଶ୍ରୀମନ୍ଦିରର ଚାରିଦ୍ୱାରକୁ ଖୋଲାଯିବା ନିତାନ୍ତ ଜରୁରି । ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନେଉ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକତା ସୃଷ୍ଟି କରାନଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe