ପ୍ରଶାସନ ବାଛିଲା ନାଏବ ସରପଞ୍ଚ

ପ୍ରଶାସନ ବାଛିଲା ନାଏବ ସରପଞ୍ଚ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ବଡ଼ଖଲାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ଭାବେ ଦେବେନ୍ଦ୍ର ମଲ୍ଲିକ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ; ଗତ ୧୨ ତାରିଖରେ ବଡ଼ଖଲାଡ଼ି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ମୋଟ ୧୬ ଜଣ ୱାର୍ଡସଭ୍ୟ ଉପସ୍ଥିତ ଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେହି ବି ନାଏବ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିନଥିଲେ।

ଫଳରେ ବ୍ଲକ ନିର୍ବାଚନ ଅଧିକାରୀ ଏ ସଂପର୍କରେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ଚିଠି ନଂ ୧୬୭୯/୧୭-୩-୨୨ରେ ଅବଗତ କରିବା ସହିତ ଓଡ଼ିଶା ପଞ୍ଚାୟତ ଆଇନ-୧୯୬୫ ଅନୁଯାୟୀ ନାଏବ ସରପଞ୍ଚ ପାଇଁ ୩ ଜଣଙ୍କ ନାମ ସୁପାରିସ କରିଥିଲେ। ତାହାକୁ ଆଧାର କରି କପ୍ତିପଦା ଉପ ଜିଲ୍ଲାପାଳ ଚିଠି ନଂ ୧୧୧୪/୨୧-୩-୨୨ରେ ବଡ଼ଖଲାଡ଼ି ପଞ୍ଚାୟତର ୧ ନଂ ୱାର୍ଡସଭ୍ୟ ତଥା ଦୁଣ୍ଡରିଆ ବାସିନ୍ଦା ଦେବେନ୍ଦ୍ର ମଲ୍ଲିକଙ୍କୁ ନାଏବ ସରପଞ୍ଚ ଭାବେ ମନୋନୀତ କରିଛନ୍ତି। ଶ୍ରୀ ମଲ୍ଲିକ ପୂର୍ବରୁ ବଡଖଲାଡିର ସମିତି ସଭ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe