କ୍ୟାନ୍‌ସର୍‌ ବିଜେତାଙ୍କ ଦୁଃସାହସିକ ପର୍ବତାରୋହଣ

Advertisment

୮ଜଣିଆ ଦଳରେ ସାମିଲ୍‌ ‌ହୋଇଥିଲେ ସ୍ବାଗତିକା

୮ଜଣିଆ ଦଳରେ ସାମିଲ୍‌ ‌ହୋଇଥିଲେ ସ୍ବାଗତିକା

କ୍ୟାନ୍‌ସର୍‌ ବିଜେତାଙ୍କ ଦୁଃସାହସିକ ପର୍ବତାରୋହଣ

ଭୁବନେଶ୍ବର : ଦୃଢ଼ ଆତ୍ମବଳ ଆଗରେ ମୃତ୍ୟୁ ବି ହାର୍‌ ମାନେ । ବଞ୍ଚିବାର ଇଛା ଥିଲେ ମୃତ୍ୟୁ ବି ସାମ୍ନାକୁ ଆସିବାକୁ ଭୟ କରେ। କ୍ୟାନ୍‌ସରକୁ ମାତ୍‌ଦେଇ ଆଉ ଏକ ଜୀବନ ପାଇଥିବା କଟକର ଝିଅ ସ୍ବାଗତିକାଙ୍କର ସାହସର କଥା ଯେତେ କହିଲେ ବି କମ୍ ହେବ। କ୍ୟାନସର ପୀଡ଼ିତଙ୍କୁ ବଞ୍ଚିବାର ମନ୍ତ୍ର ଦେଉଥିବା ସ୍ବାଗତିକା ଏବେ ଦୁଃସାହସିକ ପର୍ବତାରୋହଣ ପାଇଁ ଚର୍ଚ୍ଚାରେ। ଉତ୍ତରାଖଣ୍ଡର ଡେରାଡୁନ୍‌ରୁ ଦିନାରା ବୁଗିଆଲ୍ ପର୍ଯ୍ୟନ୍ତ ୧୧,୮୩୦ ଫୁଟ ଉଚ୍ଚତାକୁ ଯାତ୍ରା କରିଛନ୍ତି ସ୍ବାଗତିକା । ସାଙ୍ଗରେ ଥିଲେ ତାଙ୍କ ବାପା ମନୋରଂଜନ ଆଚାର୍ଯ୍ୟ ଏବଂ ଭୁବନେଶ୍ୱରର ଆପୋଲୋ କର୍କଟ କେନ୍ଦ୍ରର ଡାକ୍ତର ସଞ୍ଜୟ ମିଶ୍ର।

ସୂଚନା ଅନୁସାରେ, କର୍କଟ ରୋଗକୁ ମାତ୍ ଦେଇଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ଆଠ ଜଣ କ୍ୟାନସର ଯୋଦ୍ଧା ଏଥିରେ ସାମିଲ୍‌ ହୋଇଥିଲେ । କେବଳ ଶାରୀରିକ ନୁହେଁ, ମାନସିକ ସ୍ତରରେ କର୍କଟ ଉପରେ ଜିତିବା ଉଦ୍ଦେଶ୍ୟରେ ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଦଳରେ ସ୍ବାଗତିକା ସବୁଠାରୁ କନିଷ୍ଠ ହୋଇଥିବାବେଳେ ଡେରାଡୁନ୍‌ର ୭୨ ବର୍ଷୀୟ ବୈଜ୍ଞାନିକ ଡ. କୁନାଲ କୁମାର ଦାସ ଥିଲେ ସବୁଠୁ ବୟସ୍କ । ୫ ଦିନିଆ ଏହି ଟ୍ରେକିଂରେ ସଭିଏଁ କ୍ୟାନ୍‌ସର୍‌ ମୁକାବିଲାର ଅନୁଭୂତିକୂ ପରସ୍ପରକୁ ବାଣ୍ଟିଥିଲେ। ଟ୍ରେକିଂ ସମୟରେ ୮ ରୁ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା। ରାତିରେ ପାରଦ ଖସୁଥିଲା। କିନ୍ତୁ, ଶୀତ ଓ ପାହାଡିଆ ରାସ୍ତାକୁ ଖାତିର ନକରି ସଭିଏଁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ସଂକଳ୍ପ ନେଇଥିଲେ। ଏହି ଯାତ୍ରାରେ ସାମିଲ ‌ହୋଇଥିବା ସ୍ବାଗତିକା ରାଜ୍ୟ ତଥା ରାଜ୍ୟ ବାହାରେ କ୍ୟାନସର୍‌ ସମ୍ପର୍କରେ ସଚେତନ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe