ସାନ୍ତାଳୀ ଲେଖକ ଯଦୁମଣି ବେଶ୍ରାଙ୍କ ପରଲୋକ

Advertisment
ସାନ୍ତାଳୀ ଲେଖକ ଯଦୁମଣି ବେଶ୍ରାଙ୍କ ପରଲୋକ

ବିଶୋଇ: ପ୍ରଥମ ସାନ୍ତାଳୀ ସାହିତ୍ୟିକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାରପ୍ରାପ୍ତ ତଥା ସର୍ବଭାରତୀୟସ୍ତରରେ ସାନ୍ତାଳୀ ଭାଷା ସାହିତ୍ୟ ଏବଂ ଅଲ୍‌ଚିକି ଲିପିର ପ୍ରତିପାଦିତ କରିଥିବା ଯଦୁମଣି ବେଶ୍ରାଙ୍କ ୫୮ ବର୍ଷ ବୟସରେ ଗତକାଲି ଖଡଗପୁରସ୍ଥିତ ରେଲୱେ ହସ୍ପିଟାଲରେ ବିୟୋଗ ଘଟିଛି। ସ୍ବର୍ଗତ ବେଶ୍ରାଙ୍କ ବିୟୋଗରେ ସାନ୍ତାଳୀ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିବା ସହିତ ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସାନ୍ତାଳୀ ଲେଖକ ସଂଘ, କବି, ବିଭିନ୍ନ ସାମାଜିକ ସଂଗଠନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ମର ଶରୀରକୁ ବିଜାତଳାସ୍ଥିତ ପୈତୃକ ଗ୍ରାମ କରଞ୍ଜଇ ଗ୍ରାମକୁ ଅଣାଯାଉଥିବାବେଳେ ବିଶୋଇସ୍ଥିତ ବୀର ବର୍ସାମୁଣ୍ଡା ଛକଠାରେ ବିଶୋଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକମାନେ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପ୍ରାକ୍ତନ ସାଂସଦ ଇଂ.ରାମଚନ୍ଦ୍ର ହାଁସଦା, ପିଳ ପାର୍ଗାନା ବାବା ଦୁର୍ଗା ମୁର୍ମୁ, ବିଶୋଇ ଖେରୱାଳ ଯୁମିଦ ଗାୱନ୍ତାର ସାଧାରଣ ସମ୍ପାଦକ ସୁରାଇ ହାଁସଦା, ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି, ପଞ୍ଚାୟତ ସମିତି ସଦସ୍ୟ କାଶୁ ମାଝୀ, ଧନେଶ୍ବର ମହାନ୍ତ, ମହେନ୍ଦ୍ରନାଥ ମୁର୍ମୁ, ନୁନାରାମ ମାର୍ଣ୍ଡି, ପ୍ରଦୀପ ଧଳ, ସୁରାଇ ହାଁସଦା, ବିଶୋଇ ବ୍ଲକ ବିଜେଡି ସଭାପତି ଫାଗୁରାମ ମାର୍ଣ୍ଡି ପ୍ରମୁଖ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଯଦୁମଣି ଜଣେ ସାନ୍ତାଳୀ ଲେଖକ, କବି, ସାହିତ୍ୟିକ ତଥା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ପ୍ରତିଷ୍ଠାତା, ସାଧାରଣ ସମ୍ପାଦକ ଏବଂ ବିଶୋଇ ଖେରୱାଳ ଜୁମିଦ ଗାୱତା ପଣ୍ଡିତ ରଘୁନାଥ ମୁର୍ମୁ ପାଠାଗାରର ଉଦ୍ୟୋକ୍ତା ଥିଲେ। ତାଙ୍କ ଦ୍ୱାରା ରଚିତ କବିତା ‘ସଂଗ୍ରହ ଭାବନା’ ୨୦୦୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।  ୧୯୮୪ରେ କଟକ ରେଭେନ୍ସା କଲେଜରେ ବିକମ୍ ପାସ ପରେ ୧୯୮୬ ମସିହାରେ ରେଳ ବିଭାଗରେ ଚାକିରି ଆରମ୍ଭ କରିଥିଲେ। ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସାନ୍ତାଳୀ ଏକାଡେମୀର ସଦସ୍ୟ ଥିଲେ। ତାଙ୍କ ଲିଖିତ ଜୀବି ଝରନା, ସିଲି, ରିମିଲ, ମାଁତର ତେତରେ ଫାଗୁନ କଏଲ, ଖେରୱାଳ ଦହର ପ୍ରମୁଖ ଆର୍ଟିକେଲ ବେଶ ଆଦୃତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe