ବରିଷ୍ଠ ଫୁଟବଲ ଖେଳାଳି ବନବୀରଙ୍କ ପରଲୋକ

Advertisment
ବରିଷ୍ଠ ଫୁଟବଲ ଖେଳାଳି ବନବୀରଙ୍କ ପରଲୋକ

ରାଉରକେଲା: ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ବରିଷ୍ଠ ଫୁଟ୍‌ବଲ୍‌ ଖେଳାଳି ବନବୀର ବେହେରାଙ୍କ ଦେହାନ୍ତ। ରାଉରକେଲା ଇସ୍ପାତ କାରଖାନାରେ କ୍ରୀଡ଼ା କୋଟାରେ ଚାକିରି ପାଇ କାର୍ଯ୍ୟରତ ବନବୀରଙ୍କ ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇଯାଇଛି।

୧୯୯୧ ମସିହାରେ କାରଖାନାରେ ଚାକିରି ଆରମ୍ଭ କରିଥିବା ସ୍ବର୍ଗତଃ ଶ୍ରୀ ବେହେରା ୧୦ବର୍ଷ ଆନ୍ତଇସ୍ପାତ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାଗନେବା ସହ ୪ଥର ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଥିଲେ। ଗତ ଦୁଇତିନି ଧରି ସେ ଅସୁସ୍ଥ ଥିଲେ। ଏନେଇ ତାଙ୍କୁ ଆଇଜିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ସମୟରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଯିବା ଖବର ମିଳିଥିଲା। ଏହି ସୂଚନା ମିଳିବା ପରେ ବିଭିନ୍ନ ବ୍ୟକ୍ତି ଏଥିପାଇଁ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe