ଏୟାର ସୋ’ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ବାୟୁସେନା ଟିମ୍‌: ସୂର୍ଯ୍ୟ କିରଣ ଏରୋବିକ୍ ଟିମ୍‌ ଆଜି ଆସିବେ

ଏୟାର ସୋ’ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ବାୟୁସେନା ଟିମ୍‌: ସୂର୍ଯ୍ୟ କିରଣ ଏରୋବିକ୍ ଟିମ୍‌ ଆଜି ଆସିବେ

ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ଭୁବନେଶ୍ବର କୁଆଖାଇ ପଠାରେ ଏବଂ ୧୮ତାରିଖରେ ପୁରୀର ଗୋଲଡେନ୍ ବିଚ୍‌ ନିକଟରେ ହେବାକୁ ଥିବା ଏୟାର ସୋ’ ପାଇଁ ଆଜି ବାୟୁସେନାର ସ୍ବତନ୍ତ୍ର ଟିମ୍‌ ବିମାନ ଏଏନ୍‌-୩୨ରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏୟାର ସୋ’ ପାଇଁ ଆବଶ୍ୟକ ସାମଗ୍ରୀ ଆଣି ଏହି ଟିମ୍‌ ଆସିଛନ୍ତି। ଆସନ୍ତାକାଲି ବାୟୁସେନାର ସୂର୍ଯ୍ୟକିରଣ ଏରୋବିକ୍ ଟିମ୍‌ ବିମାନ ସହ ଭୁବନେଶ୍ବରରେ ପହଞ୍ଚିବେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଏହି ଏୟାର ସୋ’ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସୂର୍ଯ୍ୟକିରଣ ଟିମ୍ କର୍ଣ୍ଣାଟକର ଭିଦାର୍‌ରୁ ଆସିବେ। ସେମାନେ ପହଞ୍ଚିବା ପରେ ୧୫ତାରିଖରେ ଅଭ୍ୟାସ କରିବେ। ୧୬ତାରିଖରେ ଏୟାର ସୋ’ ଦେଖାଇବେ। ଏହି ଏୟାର ସୋ’ ବେଳେ ଯେପରି କମ୍‌ ସମୟ ବିମାନ ଚଳାଚଳ ପ୍ରଭାବିତ ହେବ ସେନେଇ ଆମେ ବ୍ୟବସ୍ଥା କରିଛୁ। ଏନେଇ ଡିଜିସିଏକୁ ବି ସୂଚନା ଦିଆଯାଇଛି।
ଅପରପକ୍ଷେ ଏହି ଏୟାର ସୋ’କୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। କୁଆଖାଇ ପଠାରେ କେଉଁଠି ଭିଭିଆଇପି ବସିବେ, କେଉଁଠି ସାଧାରଣ ଲୋକ ବସିବେ ସେନେଇ ଜାଗା ଚିହ୍ନଟ କରାଯାଇଛି। ସୋ’ ସମୟରେ ଯେପରି ଜାତୀୟ ରାଜପଥରେ ଜାମ୍‌ ନହେବ ସେନେଇ ଟ୍ରାଫିକ ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe