ଅନୁଗୁଳ ଜିଲ୍ଲାରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ

Advertisment

ଅନୁଗୁଳ ଜିଲ୍ଲାରେ ମାନ ରହୁଛି ଶହେ ପାଖାପାଖି, ତାଳ‌ଚେରରେ ୯୬, ୫ଦିନ ଧରି ଶହେ ତଳେ

ଅନୁଗୁଳ ଜିଲ୍ଲାରେ ମାନ ରହୁଛି ଶହେ ପାଖାପାଖି, ତାଳ‌ଚେରରେ ୯୬, ୫ଦିନ ଧରି ଶହେ ତଳେ

ଅନୁଗୁଳ ଜିଲ୍ଲାରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ

morungexpress.com

ଅନୁଗୁଳ : ଏବେ ଅତି ବିପଜ୍ଜନକ ସ୍ଥିତିରେ ଅଛି ଅନୁଗୁଳ ଓ ତାଳଚେର ସହରର ବାୟୁର ମାନ। ପାଖାପାଖି ସପ୍ତାହେ ହେଲା ଅସ୍ବା‌ସ୍ଥ୍ୟକର ବାୟୁମଣ୍ଡଳରେ ଲୋକେ ବଞ୍ଚୁଛନ୍ତି। ଶୀତ ଆସୁଥିବାରୁ ଆଗକୁ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଥିଲାବେଳେ ଏବେ ଚିନ୍ତା ବଢ଼ାଇଛି ଦୀପାବଳି। ଏହି ଆଲୋକର ପର୍ବରେ ବାଣର ଧୂଆଁ ପରିବେଶକୁ ଅଧିକ ବିଷାକ୍ତ କରିବା ଏକପ୍ରକାର ନିଶ୍ଚିତ। ତେଣୁ ଦୀପାବଳି ପରେ ଅନୁଗୁଳ ଜିଲ୍ଲାରେ ବାୟୁ ପ୍ରଦୂଷଣ ସାଂଘାତିକ ହେବ।

ବର୍ଷା କମିବା ପରେ ଅନୁଗୁଳ ଜିଲ୍ଲାରେ ବାୟୁର ମାନ ଖରାପ ହୋଇ ଚାଲିଛି। ପାର୍ବଣ ସମୟରେ ଅବସ୍ଥା ଭଲ ନ ଥିଲାବେଳେ ଏହା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବାୟୁର ମାନ (ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ) ଶହେ ପାଖାପାଖି ରହୁଛି। ଯାହାକି ଅସ୍ବାସ୍ଥ୍ୟକର ଭାବେ ବିବେଚନା କରାଯାଉଛି। ରୋଗୀ ଓ ବୃଦ୍ଧଙ୍କୁ ଏହା ଅଡ଼ୁଆରେ ପକାଉଛି। ସାଧାରଣ ଲୋକଙ୍କୁ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟଗତ ଅସୁବିଧାର ପକାଉଛି ଏହି ବାୟୁର ମାନ। ସୂଚନା ଅନୁସାରେ, ତାଳଚେରରେ ଅକ୍ଟୋବର ପହିଲାରେ ଏକ୍ୟୁଆଇ ୧୦୬ ରହିଥିଲା। ପରେ ବର୍ଷା ହେବାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ଏବେ ପୁଣି ପବନର ମାନ ଖରାପ ହେବାରେ ଲାଗିଛି। ଗତ ୧୭ ତାରିଖରେ ଏକ୍ୟୁଆଇ ୮୧, ୧୮ ତାରିଖରେ ଏକ୍ୟୁଆଇ ୧୦୨, ୧୯ ତାରିଖରେ ଏକ୍ୟୁଆଇ ୮୨ ଓ ୨୦ ତାରିଖରେ ଏକ୍ୟୁଆଇ ୯୧ ରହିଥିଲା। ୨୨ ତାରିଖରେ ବାୟୁର ମାନ ୧୦୦ ଉପରକୁ ରହିଥିଲା। ଆଜି ଏକ୍ୟୁଆଇ ୯୬ ରହିଛି।

publive-image Times of India

ଖଣି ଓ କଳକାରଖାନା ଅନୁଗୁଳ ଜିଲ୍ଲାରେ ବାୟୁର ମାନ ଖରାପ ହେବାର ମୁଖ୍ୟ କାରଣ ସାଜୁଛନ୍ତି। ଜିଲ୍ଲାରେ ମାଳ ମାଳ ଖଣି ଥିଲାବେଳେ ଏକାଧିକ ବୃହତ ଶିଳ୍ପାନୁଷ୍ଠାନ ରହିଛି। ଏପଟେ ଏହି ଶିଳ୍ପାନୁ‌ଷ୍ଠାନ ପାଇଁ ଗାଡ଼ିମୋଟର ଅଧିକ ଚାଲୁଛି। ମାଲ୍‌ ପରିବହନ ପାଇଁ ହଜାର ହଜାର ଟ୍ରକ୍‌ ବ୍ୟବହାର ହେଉଥିଲାବେଳେ ଏଥିପାଇଁ ଧୂଆଁ ଓ ଧୂଳିରେ ବାୟୁମଣ୍ଡଳ ଭରିଯାଉଛି। ବର୍ଷା ନ ଥିବାରୁ ବାୟୁମଣ୍ଡଳ ଅଧିକ ବିଷାକ୍ତ ହେଉଥିବା ସମୟରେ ଆସିଛି ଦୀପାବଳି। ଆସନ୍ତାକାଲି ଦୀପାବଳିରେ କୋଟି କୋଟି ଟଙ୍କାର ବାଣ ଫୁଟିବ। ସହରରୁ ଗାଁ ସବୁ ବାଣ ଧୂଆଁରେ ଛାଇ ହେଇଯିବ। ଆଉ ଏହା ବାୟୁ ପ୍ରଦୂଷଣକୁ ଉଦ୍‌ବେଗଜନକ ସ୍ଥିତିକୁ ନେଇଯିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe