ଓଡ଼ିଶାରେ ମହିଳା ବିରୋଧୀ ଦଣ୍ଡାଦେଶ ହାର ଜାତୀୟ ହାରଠାରୁ କମ୍

Advertisment
ଆଦିବାସୀ ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ

ଭୁବନେଶ୍ବର : କ୍ରାଇମ ଇନ ଇଣ୍ଡିଆ-୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳା ବିରୋଧୀ ଅପରାଧରେ ଜାତୀୟସ୍ତରରେ ଦଣ୍ଡାଦେଶ ହାର ୨୬.୬ ପ୍ରତିଶତ। ରାଜ୍ୟରେ ଏହା ୮.୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା କହିଛନ୍ତି ଯେ ୨୦୨୦ରେ ୨୭,୮୧୦, ୨୦୨୧ରେ ୩୫,୩୨୬ ଓ ୨୦୨୨ରେ ୨୭,୯୬୪ ମହିଳା ବିରୋଧୀ ମାମଲା ରାଜ୍ୟରେ ପଞ୍ଜିକୃତ ହୋଇଛି। ୨୦୨୨ ମସିହାରେ ମହିଳା ବିରୋଧୀ ଅପରାଧର ଅଭିଯୋଗ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ର‌ାସ ପାଇଛି। ମହିଳାମାନଙ୍କ ବିରୋଧରେ ଘଟୁଥିବା ଗୁରୁତ୍ବପୂର୍ଣ୍ଣ ଅପରାଧରେ ତଦନ୍ତକୁ ସଫଳତାର ସହ ପରିଚାଳନା କରିବା ପାଇଁ ଏହି ମାମଲାଗୁଡ଼ିକୁ ରେଡ୍ ଫ୍ଲାଗ୍ ମାମଲାର ପର୍ଯ୍ୟାୟଭୁକ୍ତ କରାଯାଇଛି। ରେଡ୍ ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ଜାତୀୟ ସ୍ତରରେ ୨୬.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୩୮.୫୨ ପ୍ରତିଶତ ରହିଛି।

ରାଜ୍ୟ ସରକାର ମହିଳା ବିରୋଧୀକୁ ସର୍ବଦା ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ମହିଳା ବିରୋଧୀ ଅପରାଧର ପଞ୍ଜୀକରଣ କଷ୍ଟସାଧ୍ୟ ହୋଇଥିବା ସ୍ଥଳେ ରାଜ୍ୟ ସରକାର ଏପରି ମାମଲାଗୁଡ଼ିକର ତୁରନ୍ତ ପଞ୍ଜୀକରଣ, ଦକ୍ଷତାର ସହ ତଦନ୍ତ ସଂପାଦନ, ମାମଲା ପରିଚାଳନା ଓ ପୀଡ଼ିତାମାନଙ୍କୁ ଶୀଘ୍ର କ୍ଷତିପୂରଣ ରାଶି ଓ ନ୍ୟାୟ ପ୍ରଦାନ କରିବାକୁ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe