ପିଶାଚ ବାପାର ଜଘନ୍ୟକାଣ୍ଡ: ପୁଅକୁ ପାଣିରେ ବୁଡ଼ାଇ ମାରିବା ପରେ ଝିଅର ତଣ୍ଟି କାଟିଲା

ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ୧୪ ମାସର ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ଝିଅର ତଣ୍ଟି କାଟି ଦେଇଛି ବାପା। ଏହି ଲୋମଟାଙ୍କୁରା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

fshfshhsffhs

ନୂଆପଡ଼ା/ବୋଡେ଼ନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ୧୪ ମାସର ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ଝିଅର ତଣ୍ଟି କାଟି ଦେଇଛି ବାପା। ଏହି ଲୋମଟାଙ୍କୁରା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

ସୂଚନା ଅନୁସାରେ, ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ ଜଙ୍ଗଲପାହାଡ଼ଘେରା କୁଟିଆପଡ଼ା ଗାଁର କିଶୋର ମାଝୀ ୧୨ ବର୍ଷ ତଳେ ସେହି ଗାଁର ଜୟନ୍ତୀ ମାଝୀଙ୍କୁ ପ୍ରେମବିବାହ କରିଥିଲା। କିଶୋର ଓ ଜୟନ୍ତୀଙ୍କର ଦୁଇଝିଅ କମଳାକାନ୍ତି (୧୦) ଓ ଲକ୍ଷ୍ମୀକାନ୍ତି (୮) ଏବଂ ୧୪ ମାସର ପୁଅ ଚନ୍ଦନ। ସ୍ବାମୀ, ସ୍ତ୍ରୀ ମୂଲମଜୁରି କରିବା ସହ ବେଳେବେଳେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ। ଦୁଇ ବର୍ଷ ହେଲା ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶ୍ବଶୁରଘର ଲୋକଙ୍କୁ ଯୌତୁକ ଦାବି କରି କିଶୋର ଅନେକ ସମୟରେ ସ୍ତ୍ରୀ ଜୟନ୍ତୀଙ୍କୁ ମାଡ଼ପିଟ କରୁଥିବା ଅଭିଯୋଗ ହେଉଥିଲା। ସ୍ବାମୀ, ସ୍ତ୍ରୀଙ୍କ କଳିଝଗଡ଼ା ସମାଧାନ କରିବାକୁ ଉଭୟ ପରିବାର ଲୋକେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ପୁଣି କିଶୋର ଓ ଜୟନ୍ତୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡ଼ା ହୋଇଥିଲା। ରାଗରେ କିଶୋର ସ୍ତ୍ରୀ ଜୟନ୍ତୀଙ୍କୁ ବାଡ଼ିଆପିଟା କରିବାରୁ ସେ ବାପଘରକୁ ଚାଲି ଯାଇଥିଲେ। ଘରେ କିଶୋରଙ୍କ ସହ ପୁଅଝିଅ ଥିଲେ। 

ଅପରାହ୍ଣରେ କିଶୋର ଦୁଇଝିଅ ଓ ପୁଅକୁ ଧରି ଗାଁ ନିକଟ ଜଙ୍ଗଲକୁ ଯାଇଥିଲା। ସେଠାରେ ଦୁଇଝିଅ ଓ ପୁଅକୁ ହତ୍ୟା କରିବାକୁ ଯୋଜନା କରିଥିଲା। ତେବେ ସାନଝିଅ ଲକ୍ଷ୍ମୀକାନ୍ତି ବାପାଙ୍କ ଯୋଜନା ଜାଣିପାରି କୌଶଳକ୍ରମେ ଖସି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପରେ କିଶୋର ବଡ଼ଝିଅ କମଳାକାନ୍ତି ଓ ପୁଅ ଚନ୍ଦନକୁ ଧରି ଜଙ୍ଗଲ ଭିତରକୁ ନେଇଥିଲା। ସେଠାରେ ଚାଷଜମି ଭିତରେ ପାଣିରେ ବୁଡ଼ାଇ ୧୪ ମାସର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ବଡ଼ଝିଅ କମଳାକାନ୍ତିକୁ ହତ୍ୟା କରିବାକୁ ଯୋଜନା କରିଥିଲା। ତେବେ କମଳାକାନ୍ତି ଖସିଯିବାକୁ ଉଦ୍ୟମ କରିବା ବେଳେ କିଶୋର ଛୁରିରେ ତା’ର ତଣ୍ଟିକାଟି ଦେବା ସହ ମୁଥ ମାରି ନାକ ଫଟାଇ ଦେଇଥିଲା।

ହାତର ୩ଟି ଆଙ୍ଗୁଠିକୁ ବି କାଟି ଦେଇଥିଲା। ବହୁ କଷ୍ଟରେ ରକ୍ତାକ୍ତ ଅବସ୍ଥାରେ ଝିଅ ଜୀବନ ବଞ୍ଚାଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ସନ୍ଧ୍ୟାରେ କିଶୋର ନିଜ ପୁଅର ମୃତଦେହକୁ ଧରି ଘରକୁ ଫେରିଥିଲା। ଘର ସମ୍ମୁଖରେ ପୁଅର ମୃତଦେହ ଛାଡ଼ି କୁଆଡ଼େ ଫେରାର୍‌ ହୋଇଯାଇଥିଲା। ପରେ ବଡ଼ଝିଅ ଲକ୍ଷ୍ମୀକାନ୍ତି ଘରକୁ ଫେରିଥିଲା। ଏହି ଖବର ପାଇ ଜୟନ୍ତୀ ଘରେ ପହଞ୍ଚି ଝିଅ ଲକ୍ଷ୍ମୀକାନ୍ତିକୁ ନେଇ ବୋଡେ଼ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ଝିଅର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୁଅର ମୃତଦେହ ବୋଡେ଼ନ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏ ନେଇ ବୋଡେ଼ନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe