ଇତିହାସ ପୃଷ୍ଠାରୁ..: ଆକ୍ରମଣକାରୀ ପୋଡ଼ି ଦେଇଥିଲେ ତିନି ରଥ

୧୬୧୦ ମସିହାରେ ଗୁଣ୍ଡିଚା ମନ୍ଦିରରୁ ଚଉଦୋଳରେ ଯାଇଥିଲେ ଚତୁର୍ଦ୍ଧା ବିଗ୍ରହ

ଇତିହାସ ପୃଷ୍ଠାରୁ..: ଆକ୍ରମଣକାରୀ ପୋଡ଼ି ଦେଇଥିଲେ ତିନି ରଥ

ପୁରୀ : ରଥାରୂଢ଼ ହୋଇ ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିରକୁ ଆସିବା ପରେ ଆଡ଼ପ ମଣ୍ଡପରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ସବୁଠୁ ପ୍ରୀତିପଦ ସ୍ଥାନ ହୋଇଥିବାରୁ ଏଠାକୁ ଦୈନିକ ଲକ୍ଷଲକ୍ଷ ଭକ୍ତଙ୍କ ସୁଅ ଛୁଟୁଛି। ମାତ୍ର ୧୬୧୦ ମସିହା ରଥଯାତ୍ରାରେ ଯୋଡ଼ି ହୋଇଥିଲା କଳଙ୍କିତ ଏକ ଇତିହାସ। ତିନି ରଥରେ ନିଆଁ ଲଗାଇ ପୋଡ଼ି ଦେଇଥିଲା ତତ୍କାଳୀନ ନିଷ୍ଠୁର ଶାସକ କେଶୋ ଦାସ ମାରୁ। ସମ୍ଭବତଃ ତିନି ରଥ ପୋଡ଼ିଦେବା ଇତିହାସରେ ଆଉ କେବେ ଘଟିନାହିଁ ବୋଲି ଗବେଷକମାନେ ଅନୁମାନ କରନ୍ତି।

ମାଦଳାପାଞ୍ଜିର ପ୍ରାଚୀ ସଂସ୍କରଣର ୬୫ ପୃଷ୍ଠାରେ ତିନି ରଥ ପୋଡ଼ି ଦିଆଯିବା ଏବଂ ବିଗ୍ରହମାନଙ୍କୁ ସ୍ଥାନାନ୍ତର କରାଯିବା ଘଟଣା ଉଲ୍ଲେଖ ରହିଛି। ଐତିହାସିକଙ୍କ ମତାନୁଯାୟୀ ଏହି ଘଟଣାଟି ୧୬୧୦ ଖ୍ରୀଷ୍ଟାବ୍ଦରେ ଘଟିଥିଲା। ଗବେଷକ ଭାସ୍କର ମିଶ୍ରଙ୍କ ସୂଚନା ପ୍ରକାରେ, ସେତେବେଳେ ଗଜପତି ପୁରୁଷୋତ୍ତମ ଦେବ ରାଜତ୍ବ କରୁଥିଲେ। ସେହି ସମୟରେ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରି ସାରିଥିଲେ। କେଶୋ ଦାସ ମାରୁ ଆକ୍ରମଣ କରି ଶ୍ରୀମନ୍ଦିରରୁ ଲୁଣ୍ଠନ କରିଥିଲା। ତେଣୁ ମହାପ୍ରଭୁଙ୍କୁ ବାହୁଡ଼ାରେ ରଥ ବିଜେ କରି ନେବା ସମ୍ଭବ ହୋଇନଥିଲା। ଚତୁର୍ଦ୍ଧା ବିଗ୍ରହଙ୍କୁ ଚଉ ଦୋଳରେ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଚଉଦୋଳରେ ଗୁଣ୍ଡିଚା ମନ୍ଦିରରୁ ନିଆଯାଇ ଆକ୍ରମଣକାରୀ କେଶୋ ଦାସ ମାରୁ କବଳରୁ ଶ୍ରୀବିଗ୍ରହଙ୍କୁ ସୁରକ୍ଷିତ ରଖିବା ଲାଗି ଦରବନ୍ଧାକୁ ନିଆଯାଇଥିଲା। ସେଠାରେ ପ୍ରାୟ ୮ ମାସ ପର୍ଯ୍ୟନ୍ତ ଚତୁର୍ଦ୍ଧା ବିଗ୍ରହଙ୍କର ପୂଜା କାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe