୧୦ରୁ ୧୫ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ, ସ୍ଥିତିକୁ ଦେଖି ଅନଲକ ନିଷ୍ପତ୍ତି ନିଆଯିବ: ଡିଏମଇଟି ସିବିକେ ମହାନ୍ତି

Advertisment
୧୦ରୁ ୧୫ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ, ସ୍ଥିତିକୁ ଦେଖି ଅନଲକ ନିଷ୍ପତ୍ତି ନିଆଯିବ: ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର: କୋରନା ମୃତ୍ୟୁର ଅଡ଼ିଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ଦେଲେ ସୂଚନା | ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ବଳକା ଥିବା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଏହା ସହ ସେ କହିଛନ୍ତି ଯେ, ଏବେ କୋରନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଇବେ ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ ।

କରୋନା କଟକଣାକୁ ନେଇ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ଜାରି ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି । ତେଣୁ କଟକଣା କିଛି ରଖିବା ଦରକାର । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡଲାଇନ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼ ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ଛୋଟ ଛୁଆମାନଙ୍କୁ ଟିକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ଦଳୀୟ ବୈଠକରେ କହିଛନ୍ତି । ମାତ୍ର ସରକାରୀ ସ୍ତରରେ ଅନୁମୋଦନ ମିଳିନି । ଗାଇଡଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe