ଆବାସ ଦୋଷୀ ଜେଲ୍‌ ଯିବେ: ଗିରିରାଜ

Advertisment

ନଡ୍ଡାଙ୍କ ମନ୍ତବ୍ୟ ପରେ ସତର୍କ କରାଇଲେ

ନଡ୍ଡାଙ୍କ ମନ୍ତବ୍ୟ ପରେ ସତର୍କ କରାଇଲେ

ଓଡ଼ିଶାରେ ଶାସନ ନାହିଁ, ନବୀନ ବାବୁ ନଜରବନ୍ଦୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ନବରଙ୍ଗପୁର : ଓଡ଼ିଶାରେ ଆବାସ ଯୋଜନାର ନାମ ବଦଳି ଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି। ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ଯୋଜନାରେ ସାମିଲ୍ କରୁଛନ୍ତି। ଦୁର୍ନୀତି ରୋକିବାକୁ ପଦକ୍ଷେପ ନିଆଯିବା ସହ ହେରଫେର ସମ୍ପର୍କରେ ପ୍ରମାଣ ମିଳିଲେ ଦୋଷୀଙ୍କୁ ଜେଲ୍ ପଠାଯିବ। ନବରଙ୍ଗପୁର ଗସ୍ତରେ ଆସି ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏପରି ମତ ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ମନରେଗା ଯୋଜନାରେ ମଧ୍ୟ ଅଧିକ ଦୁର୍ନୀତି ପରିଲକ୍ଷିତ ହୋଇଛି। ଅମୃତ ସରୋବର ଯୋଜନା ନାଁରେ ହରିଲୁଟ ଚାଲିଛି। ଏହାର ତଦନ୍ତ ହେବ। ଅଧିକାରୀଙ୍କ ସହ ଆଲାଚନା ସରିଛି। ଦିଲ୍ଲୀ ଯିବାପରେ ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ଭାରତ ସରକାରଙ୍କ ଯୋଜନାର ନାମ ବଦଳାଇ ମିସନ ଶକ୍ତି ନାମରେ ଲାଭ ନିଆଯାଉଛି। ଓଡ଼ିଶାରେ ଆବାସ ଭ୍ରଷ୍ଟାଚାରୀଙ୍କୁ ଜେଲ୍‌ ପଠାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଯାହା କହିଛନ୍ତି ତାହା ମିଛ ନୁହେଁ।’ ଆବାସ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରାଯିବକି ବୋଲି ପଚାରିବାରୁ ସେ କହିଛନ୍ତି, ତଦନ୍ତ ପାଇଁ ନିଷ୍ପତି ନିଆଯାଇନି କିନ୍ତୁ ଅନିୟମିତତାକୁ ‌ରୋକିବା ପାଇଁ ନିଶ୍ଚିତ ଉପାୟ କରାଯିବ। ରାଜ୍ୟର ମନ୍ତ୍ରୀଙ୍କୁ ସେ ସତର୍କ କରାଇ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆବାସରେ ଘର ଦିଆଯିବ। ହେଲେ, କୌଣସି ଗଡ଼ବଡ଼ କରନି। ସେ ମନରେଗା ହେଉ କିମ୍ବା ଆବାସ ଯୋଜନା ହେଉ, ଯଦି ଭ୍ରଷ୍ଟାଚାର ଦେଖାଦେଲେ ଯାଞ୍ଚ ହେବ। ଯାଞ୍ଚ ପରେ ଯାହା ବିରୋଧରେ ପ୍ରମାଣ ମିଳିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ଏଥିସହିତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମକୁ ଛୋଟ କରିବାକୁ କେନ୍ଦ୍ରୀୟ ‌ଯୋଜନା ନାମ ପରିବର୍ତ୍ତନ କରଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଅଭିଯୋଗ କରିଛନ୍ତି।

ଉଲ୍ଲେଖ‌େଯାଗ୍ୟ ଯେ ଗତକାଲି ସମୀକ୍ଷା ବୈଠକରେ ପ୍ରଶ୍ନର ଉଚିତ ଉତ୍ତର ନ ମିଳିବାକୁ ନେଇ ଶ୍ରୀ ସିଂହ ଅଧାରୁ ବୈଠକ ବାତିଲ୍ କରିଥିବା ବେଳେ ଆଜି ତାଙ୍କ ଏପରି ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe