ତରକାରୀ କଡ଼େଇରେ ପଡ଼ି ଶିଶୁପୁତ୍ର ଗୁରୁତର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment
ତରକାରୀ କଡ଼େଇରେ ପଡ଼ି ଶିଶୁପୁତ୍ର ଗୁରୁତର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Telegraph India

ଭୋଗରାଇ: ଭୋଜି ପାଇଁ ରନ୍ଧା ହେଉଥିବା ଗରମ ତରକାରୀ କଡ଼େଇରେ ପଡ଼ି ଜଣେ ୩ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି। ପରିବାର ଲୋକେ ତାକୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭୋଗରାଇ ବ୍ଲକ ଦାରୁହା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ମୁତାବକ, ଜଳେଶ୍ବର ବ୍ଲକ ବର୍ତ୍ତନା ପଞ୍ଚାୟତ କସିଦା ଗାଁର ଗୋପାଳ ଚନ୍ଦ୍ର ଦାସଙ୍କ ପତ୍ନୀ ମଧୁସ୍ମିତା ଏକମାତ୍ର ପୁଅ ଦେବାଶିଷ(୩ବର୍ଷ)କୁ ନେଇ ବୁଧବାର ଭୋଗରାଇ ବ୍ଲକ ଦାରୁହା ଗାଁରେ ଥିବା ସାନଭଉଣୀ ଘରକୁ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଆଜି ଅନ୍ନ ମହୋତ୍ସବ ଆୟୋଜନ କରାଯାଇଥିବା ବେଳେ ସକାଳେ ରୋଷେଇ ଚାଲିଥିଲା। ଏତିକି ବେଳେ ପରିବାର ଲୋକଙ୍କ ଅଲକ୍ଷ୍ୟରେ ଦେବାଶିଷ ରୋଷେଇ ସ୍ଥାନକୁ ଯାଇ ସେଠାରେ ଚୁଲିରେ ବସିଥିବା ତରକାରୀ କଡ଼େଇରେ ପଡ଼ି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ିଆସି ତାକୁ ସେଠାରୁ ଉଦ୍ଧାର କରି ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଦେବାଶିଷର ଶରୀରର ପ୍ରାୟ ୬୦ ପ୍ରତିଶତ ସିଝି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe