ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ

Advertisment
ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ

ଢେଙ୍କାନାଳ : ଢେଙ୍କାନାଳ -କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଲରେ ଆଜି ଏକ ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ ହୋଇପଡ଼ିଥିବା ଦେଖାଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ୍ କରି ହାତୀ ଛୁଆକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଛାଡ଼ିଛନ୍ତି। ହାତୀ ଛୁଆଟି ଦୁର୍ବଳ ହୋଇ ପଡ଼ିଥିବା ବେଳେ ତା ପାଟିରେ ଘା ହୋଇଛି।

ବନ ବିଭାଗ ସୂଚନା ଅନୁଯାୟୀ, ଏକ ଦେଢ଼ବର୍ଷ ବୟସର ହାତୀଛୁଆ ଗତ ୧୦ ତାରିଖରୁ ହାତୀ ଦଳରୁ ଅଲଗା ହୋଇଯାଇଥିଲା। ହାତୀ ଛୁଆଟି ଢେଙ୍କାନାଳ -କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଳରେ ଚଳପ୍ରଚଳ କରୁଥିବା ବେଳେ ଆଜି ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ବନ ବିଭାଗ କର୍ମଚାରୀଙ୍କଠାରୁ ଖବରପାଇ ବନ ବନଖଣ୍ଡ ଅଧିକାରୀ ସୁମିତ୍ କର, ଏସିଏଫ୍ ସୁବ୍ରତ ପାତ୍ର, ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର, କପିଳାସ ରେଞ୍ଜର ତରୁଣ କୁମାର ମହାପାତ୍ର  ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। କପିଳାସ ପ୍ରାଣୀ ଉଦ୍ଧାରକାରୀ ଦଳଙ୍କ ସହାୟତରେ ବନ କର୍ମଚାରୀ ଏବଂ  ଡାକ୍ତରୀ ଦଳ, ହାତୀଛୁଆକୁ ପ୍ରଥମେ ଟ୍ରାଙ୍କୁଲାଇଜ୍ କରିଥିଲେ। ହାତୀ ଛୁ୍ଆକୁ ଡାକ୍ତର ଚିକିତ୍ସା କରିବା ପରେ ତା ପାଟିରେ ଏକ ଘା ହୋଇଥିବା ଜଣାପଡ଼ିଥିଲା। ହାତୀଟିର ଅଧିକ ଚିକିତ୍ସା ପାଇଁ ତାକୁ କପିଳାସ ପ୍ରାଣୀ ଉଦ୍ୟାନସ୍ଥିତ ହାତୀ ଉଦ୍ଧାରକେନ୍ଦ୍ରକୁ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ନିଆଯାଇଛି। ଆସନ୍ତାକାଲି ଓୟୁଏଟିର ଏକ ସ୍ୱତନ୍ତ୍ର ଟିମ୍ ଆସି ହାତୀଛୁଆର ଚିକିତ୍ସା କରିବେ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe