ଗନ୍ଧମାର୍ଦ୍ଦନ ପାଦଦେଶରେ ‘ବାଲ୍‌କୋ’ର ଚିହ୍ନ: ଆଜି ବି ଛିଡ଼ା ହୋଇଛି କୋଠା, ପାଣିଟାଙ୍କି

୩୪ ବର୍ଷ ହେଲା ବିଦା ହେଲାଣି କିନ୍ତୁ ଆଜି ବି ଗନ୍ଧମାର୍ଦ୍ଦନ ପାଦଦେଶରେ ରହିଛି ‘ବାଲ୍‌କୋ’ର ଚିହ୍ନ।  ଭୂତକୋଠି ଭଳି ଛିଡ଼ା ହୋଇଛି ବଡ଼ ବଡ଼ ଜୀର୍ଣ୍ଣ କୋଠା ଓ ପାଣିଟାଙ୍କି। ଯେଉଁଥିରୁ ବାରି ହେଉଛି ପୁରୁଣା ଟାଉନସିପ୍‌ର ଦୃଶ୍ୟ।

ggdgdjgjdjg

ସମ୍ବଲପୁର: ୩୪ ବର୍ଷ ହେଲା ବିଦା ହେଲାଣି କିନ୍ତୁ ଆଜି ବି ଗନ୍ଧମାର୍ଦ୍ଦନ ପାଦଦେଶରେ ରହିଛି ‘ବାଲ୍‌କୋ’ର ଚିହ୍ନ।  ଭୂତକୋଠି ଭଳି ଛିଡ଼ା ହୋଇଛି ବଡ଼ ବଡ଼ ଜୀର୍ଣ୍ଣ କୋଠା ଓ ପାଣିଟାଙ୍କି। ଯେଉଁଥିରୁ ବାରି ହେଉଛି ପୁରୁଣା ଟାଉନସିପ୍‌ର ଦୃଶ୍ୟ। ବର୍ତ୍ତମାନ ସେଠାରେ ଅନେକ ଆଶ୍ରୟହୀନ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ୧୯୭୧ ମସିହାରେ ଗନ୍ଧମାର୍ଦ୍ଦନରେ ବକ୍ସସାଇଟ୍ ସନ୍ଧାନ ମିଳିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିପୋର୍ଟ ଜାରି ହୋଇଥିଲା। ଖଣି ଖନନ ପାଇଁ ୧୯୮୧ ମସିହାରେ ବାଲ୍‌କୋକୁ ୯୫୩ ହେକ୍ଟର ଜମି ଲିଜ୍‌ରେ ମିଳିଥିଲା। ୧୯୮୩  ମେ’ ୧୩ରେ ଏହି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହା ସହିତ ଖଣି ଖନନ ପାଇଁ ପଥର ଫଟାଇବା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିଲା। ଦିନେ ପଥର ଫଟାଇବା କାର୍ଯ୍ୟ କରୁଥିବା ପ୍ରଭୁଲାଲ ପାତ୍ର ଆଜି ବି ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା କମ୍ପାନିର ପରିତ୍ୟକ୍ତ କଲୋନି ନିକଟରେ ରହୁଛନ୍ତି। ପୁରୁଣା ଦିନ କଥା ମନେ ପକାଉଛନ୍ତି। ଚାଷୀନେତା ଲିଙ୍ଗରାଜ କହନ୍ତି, ବାଲ୍‌କୋ ଏଠାରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବା ପରେ କର୍ମଚାରୀଙ୍କ ରହିବା ପାଇଁ ପ୍ରାୟ ୧୦୦ ଏକର ଜମିରେ ବଡ଼ ବଡ଼ କୋଠା ନିର୍ମାଣ କରିଥିଲା। ୧୯୮୫ରେ ସେଠାରେ କର୍ମଚାରୀମାନେ ରହିବା ଆରମ୍ଭ କରିଥିଲେ। ପାଣି ଟାଙ୍କି, ବିଦ୍ୟୁତ୍‌, ଖେଳପଡ଼ିଆ ଆଦି ସବୁ ପ୍ରକାର ବ୍ୟବସ୍ଥା ରହିଥିଲା। ଗନ୍ଧମାର୍ଦ୍ଦନ ସୁରକ୍ଷା ପାର୍ଇ ବଡ଼ ଆନ୍ଦୋଳନ  ପରେ ତତ୍‌କାଳୀନ କଂଗ୍ରେସ ସରକାର ୧୯୮୯ ସେପ୍ଟେମ୍ବର ୧୫ରେ ବକ୍ସସାଇଟ୍ ଖଣି ଖନନକୁ ରଦ୍ଦ କରି ଦେଇଥିଲେ। ଏହାପରେ କମ୍ପାନି କର୍ମଚାରୀମାନେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହି କୋଠାକୁ ଭାଙ୍ଗିବା ପାଇଁ ରାୟପୁରର ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବା ସେ କହନ୍ତି। 

ବାଲ୍‌କୋର କୋଠା ଦୂରରୁ ଦେଖିଲେ ଏହା କୌଣସି ମୁହୂର୍ତ୍ତରେ ଧସିପଡ଼ିବ ବୋଲି ଆଶଂକା କରାଯାଉଛି। ତେବେ ଗଛଲତା ଘେରା ଏହି ଘର ଅନେକ ଆଶ୍ରୟହୀନଙ୍କ ଠିକଣା ପାଲଟିଛି। ସେଠାରେ ରହୁଥିବା ଲକ୍ଷ୍ମୀ ସୁନା କହନ୍ତି, ୧୯୮୦ ମସିହାରେ ରୋଜଗାର ପାଇଁ ସେମାନେ ଝାରବନ୍ଧରୁ ନରସିଂହନାଥ ଆସିଥିଲେ। ନିଜସ୍ବ ଘର ନଥିବାରୁ ରାସ୍ତାକଡ଼ରେ ଝାଟିମାଟି କୁଡ଼ିଆରେ ରହୁଥିଲେ। ବାଲ୍‌କୋ କମ୍ପାନି ଚାଲିଯିବା ପରେ ସେମାନେଏଠାରେ ୧୯୯୦ ମସିହାରୁ ପରିବାର ସହିତ ରହୁଛନ୍ତି। ୨୦୦୦ ମସିହାରୁ ଆସିଥିବା ଭଟଲିର ଧନରାମ ତାଣ୍ଡି କହନ୍ତି, ଭାଇ ବିବାଦ ଯୋଗୁଁ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ତେଣୁ ଆଉ କେଉଁଠି ଆଶ୍ରୟ ନ ପାଇ ଏଠାରେ ରହିଗଲେ। ବାଲ୍‌କୋ କର୍ମଚାରୀ ଏହି କଲୋନି ଛାଡ଼ିବା ପରେ ଆର୍ଥିକ ଏବଂ ସାମାଜିକ ଭାବରେ ଦୁର୍ବଳ ବର୍ଗର ଅନେକ ପରିବାର ଏହି ଘରେ ରହିଥିଲେ। ବର୍ତ୍ତମାନ ଏଠାରେ ରହୁଥିବା ପରିବାର ସଂଖ୍ୟା ୨୩ ହେବ ବୋଲି ସ୍ଥାନୀୟ ଲୋକ କହନ୍ତି। ଏହି ସ୍ଥାନରେ ପାଣିଟାଙ୍କି ଥିଲେ ମଧ୍ୟ  ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସେହିପରି କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହୁଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe