ଭୁବନେଶ୍ବର ୟୁନିଟ-୪ରେ ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ପ୍ରତିବନ୍ଧକ ଦୂର

ହାଇକୋର୍ଟରେ ମାମଲା ଶୁଣାଣି ଶେଷ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ବିଧାୟକ ଓ ସରକାରୀ ଅଧିକାରୀଙ୍କ ରହିବା ପାଇଁ ଭୁବନେଶ୍ବର ୟୁନିଟ-୪ ଅଞ୍ଚଳରେ ନୂଆ ଆପର୍ଟମେଣ୍ଟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ପାଇଁ ବାଟ ଫିଟିଛି। ୟୁନିଟ ୪ରେ ନିର୍ଦ୍ଦିଷ୍ଟ ସରକାରୀ କ୍ବାର୍ଟର ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ନୋଟିସକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏପରି ନୋଟିସ୍ ଜାରି କରାଯିବା କ୍ଷେତ୍ରରେ କର୍ତ୍ତୃପକ୍ଷ କୌଣସି ତ୍ରୁଟି କରି ନାହାନ୍ତି ବୋଲି ହାଇକୋର୍ଟ କହିଛନ୍ତି। ୟୁନିଟ-୪ରେ ଥିବା ନିର୍ଦ୍ଦିଷ୍ଟ କ୍ବାର୍ଟରକୁ ଖାଲି କରିବାକୁ ସଂପୃକ୍ତ ସରକାରୀ କର୍ମଚାରୀଙ୍କୁ ମେ ୧୩ ତାରିଖ ପର୍ଯ୍ୟନ୍ତ ସମୟ ପ୍ରଦାନ ପାଇଁ ହାଇକୋର୍ଟ କହିଛନ୍ତି। ଯଦି ଏହି ତାରିଖ ଭିତରେ କ୍ବାର୍ଟର ଖାଲି ନ ହୁଏ ତେବେ କର୍ତ୍ତୃପକ୍ଷ କ୍ବାର୍ଟର ଖାଲି ପାଇଁ ଜାରି କରାଯାଇଥିବା ଚିଠି/ନୋଟିସରେ ରହିଥିବା ଆଦେଶ କାର୍ଯ୍ୟକାରୀ କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମାଲାର ବିବରଣୀରୁ ପ୍ରକାଶ ଯେ ୟୁନିଟ-୪ରେ ଥିବା ପ୍ରାୟ ୫୦ଟି ସରକାରୀ କ୍ବାର୍ଟର ଭାଙ୍ଗି ସେଠାରେ ଏକ ବହୁତଳ ଆପର୍ଟମେଣ୍ଟ ନିର୍ମାଣ ପାଇଁ ସରକାର ଯୋଜନା କରିଥିଲେ। ବିଧାୟକ ଓ ସରକାରୀ କର୍ମଚାରୀଙ୍କ ରହିବା ପାଇଁ ଏହି ଆପର୍ଟମେଣ୍ଟ ନିର୍ମାଣ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଭଙ୍ଗାଯିବାକୁ ଥିବା ସରକାରୀ କ୍ବାର୍ଟରରେ ରହୁଥିବା ସରକାରୀ କର୍ମଚାରୀଙ୍କୁ ସଂପୃକ୍ତ ସ୍ଥାନ ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା। ଏହି କର୍ମଚାରୀଙ୍କ ପାଇଁ ବିକଳ୍ପ କ୍ବାର୍ଟର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ରେଣ୍ଟ ଅଫିସର ଏପ୍ରିଲ ୨୫ରେ ସାନି ନୋଟିସ ଜାରି କରି ତୁରନ୍ତ ୟୁନିଟ-୪ରେ ଥିବା ନିର୍ଦ୍ଦିଷ୍ଟ ସରକାରୀ କ୍ବାର୍ଟର ଖାଲି କରିବାକୁ କହିଥିଲେ। ଏପରି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe