ଟ୍ରେନ୍‌ ଆଗକୁ ଡେଇଁଲେ ବ୍ୟାଙ୍କ କର୍ମଚାରୀ

Advertisment

କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରତିମା ହଁାସଦାଙ୍କ ମୃତ୍ୟୁ

କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରତିମା ହଁାସଦାଙ୍କ ମୃତ୍ୟୁ

ଟ୍ରେନ୍‌ ଆଗକୁ ଡେଇଁଲେ ବ୍ୟାଙ୍କ କର୍ମଚାରୀ

ଜଳେଶ୍ୱର/ଭୋଗରାଇ : ବ‌ାଲେଶ୍ବର ଜିଲ୍ଲା ଭୋଗରାଇ ଥାନାଛକସ୍ଥିତ ୟୁକୋ ବ୍ୟାଙ୍କର ଜଣେ ଯୁବତୀ କିରାଣି ଆଜି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି। ମୃତ ଯୁବତୀ ଜଣକ ହେଉଛନ୍ତି, ପ୍ରତିମା ହାଁସଦା (୩୨)। ତାଙ୍କ ଘର ଝାଡ଼ଖଣ୍ଡର ଜାମସେଦପୁରରେ ବୋଲି କୁହାଯାଇଛି।

ଅପରାହ୍ନ ପ୍ରାୟ ୪ଟା ୨୦ ମିନିଟ୍‌ ସମୟରେ ଡାଉନ୍‌ ଲାଇନ୍‌ରେ ଆସୁଥିବା ପୁରୀ-ଆନନ୍ଦ ବିହାର ନୀଳାଚଳ ଟ୍ରେନ୍‌ ଜଳେଶ୍ୱର ଷ୍ଟେସନ୍‌କୁ ପ୍ରବେଶ କରୁଥିଲା। ଏହି ସମୟରେ ଝାଡ଼େଶ୍ବରପୁର ପୋଲ ପାଖରେ ପ୍ରତିମା ଟ୍ରେନ୍‌ ସମ୍ମୁଖକୁ ଡେଇଁପଡ଼ିଥିଲେ। ଫଳରେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ପାଖରେ ତାଙ୍କର ବ୍ୟାଗ୍‌ ପଡ଼ିଥିଲା, ଯେଉଁଥିରେ ମୋବାଇଲ୍‌, ଡାଇରି, ଆଧାର କାର୍ଡ ସହ ନଗଦ କିଛି ଟଙ୍କା ରହିଛି। ତେବେ, ଡାଇରିର ଏକାଧିକ ପୃଷ୍ଠା ଚିରାଯାଇଥିବା ବେଳେ ପ୍ରତିମାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି। ଜଳେଶ୍ୱର ଜିଆର୍‌ପି ଏସ୍‌ଆଇ ବିଜୟଲକ୍ଷ୍ମୀ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଯାଇଛି।

ପ୍ରତିମା ଭୋଗରାଇ ଥାନାଛକସ୍ଥିତ ୟୁକୋ ବ୍ୟାଙ୍କରେ ୬ ମାସ ତଳେ କିରାଣି ଭାବେ ଯୋଗଦେଇଥିଲେ ଏବଂ ଉକ୍ତ ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ। ସେ ଆଜି ଛୁଟି ନନେଇ ଅଫିସ୍‌ରେ ଅନୁପସ୍ଥିତ ଥିଲେ ବୋଲି ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି।
ଘରୋଇ ସମସ୍ୟା ଥିଲା ନା ବ୍ୟାଙ୍କର କୌଣସି କଥାକୁ ନେଇ ପ୍ରତିମା ଆତ୍ମହତ୍ୟା କରିଛନ୍ତି, ସେନେଇ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe