ଡାକ୍ତରଙ୍କୁ ମାଡ଼ ଘଟଣା, ଆନ୍ଦୋଳନକୁ ଓହ୍ଲାଇଲେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ

Advertisment
ଡାକ୍ତରଙ୍କୁ ମାଡ଼ ଘଟଣା, ଆନ୍ଦୋଳନକୁ ଓହ୍ଲାଇଲେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ଦୀନବନ୍ଧୁ ମହାନନ୍ଦଙ୍କୁ ମଙ୍ଗଳବାର ଖଡ଼ିଆଳ ସହରର ବ୍ଲକ ଛକ ମୁଖ୍ୟ ରାସ୍ତାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିସହ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ଦାବି ଗୁଡ଼ିକ ହେଲା, ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ଓ ସହରଠାରୁ ଉପଖଣ୍ଡ ଚିକିତ୍ସାଳୟ ତିନି କିଲୋମିଟର ଦୂରରେ ଥିବାରୁ ପୁଲିସ୍‌ ଫାଣ୍ଡି ସ୍ଥାପନ ଆଦି ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ଇନ୍‌ଚାର୍ଜ ଡାକ୍ତର ଶ୍ରୀ ମହାନନ୍ଦ, ବରିଷ୍ଠ ଡାକ୍ତର ଭୁବନେଶ୍ୱର ମିଶ୍ର, ଡାକ୍ତର ରଞ୍ଜିତ ରାଉତ, ଡାକ୍ତର ମହେନ୍ଦ୍ର ମାଝୀ, ଡାକ୍ତର ବିଷ୍ଣୁ ନାଏକ, ଡାକ୍ତର ଆଇସା ଦାସ, ଡାକ୍ତର ଆସ୍ନା ନାଏକ, ଡାକ୍ତର ଆଦିତ୍ୟ ଯୋଶୀ, ଡାକ୍ତର ଚିତ୍ତରଞ୍ଜନ ବିଶ୍ୱାଳ, ଡାକ୍ତର ପ୍ରବୀଣ ମେହେର, ଡାକ୍ତର ଦେବାଶିଷ ସିଂ, ଡାକ୍ତର ସୂର୍ଯ୍ୟଲଗ୍ନା ନାଏକ, ଡାକ୍ତର ଶୁଭସ୍ମିତା ମେହେର, ଡାକ୍ତର ଅନ୍ନଦା ଶଙ୍କର ଦାସ, ସଂଘମିତ୍ରା ବାବୁ, ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ରଥ, ଅନୁପ ଭୂଷଣ, ଏଲ୍‌ଏଚ୍‌ଭି ଜ୍ୟୋତିର୍ମୟୀ ସେନାପତି, ଏନ୍‌ସିଡି କାଉନସିଲର ରାଣୀ ଠାକୁରଙ୍କ ସମେତ ଏସ୍‌ଡିଏଚର ସମସ୍ତ ଷ୍ଟାଫ ନର୍ସ, ଏଏନ୍‌ଏମ୍‌, ଲାବ୍ରୋଟାରି ଟେକ୍‌ନିସିଆନଙ୍କ ସମେତ ସିକ୍ୟୁରିଟି ଗାର୍ଡ, ସଫେଇ କର୍ମଚାରୀ ସାମିଲ ଥିଲେ। ଉପରୋକ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe