‘ହରିତ ଯୋଗ’ର ଶୁଭାରମ୍ଭ

Advertisment

ଗତ ୧୦ ବର୍ଷ ମଧ୍ୟରେ ଯୋଗର ଅଭୂତପୂର୍ବ ପ୍ରସାର ହୋଇଛି। ବର୍ତ୍ତମାନ ଯୋଗ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଆସନ୍ତା ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ଅବସରରେ କଳିଙ୍ଗ ଷ୍ଟାଡିୟମରେ....

ଗତ ୧୦ ବର୍ଷ ମଧ୍ୟରେ ଯୋଗର ଅଭୂତପୂର୍ବ ପ୍ରସାର ହୋଇଛି। ବର୍ତ୍ତମାନ ଯୋଗ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଆସନ୍ତା ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ଅବସରରେ କଳିଙ୍ଗ ଷ୍ଟାଡିୟମରେ....

dddvxcv

ଭୁବନେଶ୍ୱର: ଗତ ୧୦ ବର୍ଷ ମଧ୍ୟରେ ଯୋଗର ଅଭୂତପୂର୍ବ ପ୍ରସାର ହୋଇଛି। ବର୍ତ୍ତମାନ ଯୋଗ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଆସନ୍ତା ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହାର ୧୦ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅଂଶବିଶେଷ ‘ହରିତ ଯୋଗ’ର ଶୁଭାରମ୍ଭ କରି ଏହା କହିଛନ୍ତି କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ। ଏକ ସୁସ୍ଥ ବିଶ୍ୱ ପାଇଁ ଭାରତର ବିଚାର ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସ ୨୦୨୫ର ବିଷୟ ବସ୍ତୁ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ରଖିଛନ୍ତି ବୋଲି ସେ କହିଥିଲେ। ଏଥିସହିତ ସେ ପ୍ରକୃତି ପରୀକ୍ଷଣ କାର୍ଯ୍ୟକ୍ରମର ସଫଳତା ବର୍ଣ୍ଣନା କରି ଏହା କିଭଳି ଗିନିଜ୍‌ ବୁକ୍‌ ଅଫ୍‌ ଵାର୍ଲଡ ରେକର୍ଡରେ ସ୍ଥାନ ପାଇଛି ସେ ସମ୍ପର୍କରେ କହିଥିଲେ।  

କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ୱିତ ପାତ୍ର, ମେୟର ସୁଲୋଚନା ଦାସ, ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ, ସ୍ୱତନ୍ତ୍ର ଅଧିକାରୀ ନିଶାନ୍ତ ମେହେରା ପ୍ରମୁଖ ଯୋଗଦେଇ ଯୋଗର ମାହାତ୍ମ୍ୟ, ପ୍ରସାର ଆଦି ଉପରେ ଆଲୋଚନା କରିଥିଲେ। ଏଥିସହିତ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ ଓଡ଼ିଶାରେ କରିଥିବାରୁ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରାଳୟର ସଚିବ ବୈଦ ରାଜେଶ କୋଟେଚା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ କାଶୀନାଥ ସମାଗଣ୍ଡିଙ୍କ ନେତୃତ୍ୱରେ ୬,୦୦୦ ଯୋଗପ୍ରେମୀ ଯୋଗ ଅଭ୍ୟାସ କରିଥିଲେ। ଏଥିରେ ଯୋଗ ନିଦ୍ରା, ପ୍ରାଣାୟାମ, ଧ୍ୟାନ ଆଦିର ପ୍ରଦର୍ଶନ କରାଯାଇଥିଲା। ହରିତ ଯୋଗ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ୬୦୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe