ଆରମ୍ଭ ହେଲା ପ୍ରଦେଶ କଂ‌ଗ୍ରେସର ‘ଭାରତ ଯୋ‌ଡୋ-ଓଡ଼ିଶା’ ପରିବର୍ତ୍ତନ ଯାତ୍ରା

Advertisment

୨୨ବର୍ଷ ହେଲା ସଜ୍ଜା ଦେଲଣି, ଆଉ ଦିଅନି

୨୨ବର୍ଷ ହେଲା ସଜ୍ଜା ଦେଲଣି, ଆଉ ଦିଅନି

ଆରମ୍ଭ ହେଲା ପ୍ରଦେଶ କଂ‌ଗ୍ରେସର ‘ଭାରତ ଯୋ‌ଡୋ-ଓଡ଼ିଶା’ ପରିବର୍ତ୍ତନ ଯାତ୍ରା

ଭୁବନେଶ୍ବର : ଆଜିଠାରୁ ପ୍ରଦେଶ କଂ‌ଗ୍ରେସର ‘ଭାରତ ଯୋଡୋ-ଓଡ଼ିଶା’ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ଇନ୍ଦିରା ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ କଂଗ୍ରେସ କର୍ମୀ ଇନ୍ଦିରା ପାର୍କ, ରାମ ମନ୍ଦିର, ରସୁଲଗଡ଼ ଛକ ଦେଇ ୧୨ କି.ମି ଚାଲିବା ସହିତ ଫୁଲନଖରା ନିକଟସ୍ଥ ଲଖେଶ୍ବର ମନ୍ଦିରରେ ପ୍ରଥମ ଦିନର ଯାତ୍ରା ଶେଷ ହୋଇଛି। ଆସନ୍ତା ୧ ଓ ୨ତାରିଖରେ ଧାମନଗର ଉପ ନିର୍ବାଚନ ପରିପ୍ରେକ୍ଷୀରେ ପଦଯାତ୍ରା ବନ୍ଦ ରହିବ। ୩ତାରିଖରୁ ପୁନର୍ବାର ଲଖେଶ୍ବର ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ଗୋପାଳପୁର ଯିବ ବୋଲି ସୂଚନା ମିଳିଛି।

ଫୁଲନଖରା ଲଖେଶ୍ବର ମନ୍ଦିରରେ ଶେଷ ହେଲା ପ୍ରଥମ ଦିନ ଯାତ୍ରା
ରାମନ୍ଦିରରେ ଆଶୀର୍ବାଦ ଭିକ୍ଷା କଲେ କଂଗ୍ରେସ ନେତୃବୃନ୍ଦ
ଧାମନଗର ନିର୍ବାଚନ ପାଇଁ ୧ ଓ ୨ ବନ୍ଦ ରହିବ ଯାତ୍ରା

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ପ୍ରାୟ ୧୦୦ଦିନ ଚାଲିବାକୁ ଥିବା ଏହି ଯାତ୍ରା ରାଜ୍ୟର ୨୭ଟି ଜିଲ୍ଲା ୧୯ଟି ସଂସଦୀୟ କ୍ଷେତ୍ର ଦେଇ ୨୨୫୦ କି.ମି ଅତିକ୍ରମ କରିବ। ଭାରତବର୍ଷକୁ ଘୃଣା, ବିଦ୍ବେଷ ଓ ହିଂସାମୁକ୍ତ କରିବା ସହିତ ଓଡ଼ିଶାର ଶିକ୍ଷିତ ଯୁବକ/ଯୁବତୀଙ୍କ ପାଇଁ ରୋଜଗାର, ଗରିବ, ଶ୍ରମିକ, ମଧ୍ୟବିତ୍ତ ବର୍ଗଙ୍କ ସ୍ବାର୍ଥରକ୍ଷା ପାଇଁ ଏ ଯାତ୍ରା ଅନୁଷ୍ଠିତ ହେଉଛି। ଅହେତୁକ ଦରଦାମ ବୃଦ୍ଧି, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉପରେ ମନଇଚ୍ଛା ଜିଏସ୍‌ଟି ଲାଗୁ, ରାଜ୍ୟର ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମ ଓ ହିଂସା ବିରୋଧରେ ସମସ୍ତେ ଏକାଠି ହେବାର ସମୟ ଆସିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଦୀର୍ଘ ୨୨ବର୍ଷର ଶାସନ ଭିତରେ ରାଜ୍ୟ ସରକାର ଓ କେନ୍ଦ୍ରର ମୋଦୀ ସରକାର ଯେତେସବୁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟବାସୀ କଂଗ୍ରେସକୁ ୨୨ବର୍ଷ ସଜ୍ଜା ଦେଇ ସାରିଲେଣି, ତେଣୁ ଆଉ ଥରେ ସଜ୍ଜା ଦିଅନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

publive-image
ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର କହିଥିଲେ, ଭାରତବର୍ଷର ଲୋକଙ୍କୁ ଏକାଠି ଯୋଡ଼ିବା ହେଉଛି ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଶାରେ ଏହି ଯାତ୍ରା ଆୟୋଜିତ ହେଉଛି। ଉଭୟ ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାରେ ଏହା ସହାୟକ ହେବ ବୋଲି ସେ କହିଥିଲେ। ବିଧାୟକ ସୁରେଶ ରାଉତରାୟ କହିଥିଲେ, ଏହି ପଦଯାତ୍ରାର ବିଶେଷ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିବ। ଯୁବକ, ଛାତ୍ର, ମହିଳା, ସଂଖ୍ୟାଲଘୁ ବର୍ଗର ଲୋକମାନେ ପଦଯାତ୍ରାରେ ସାମିଲ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଥିଲେ, କଂଗ୍ରେସ ସବୁବେଳେ ରାଜ୍ୟବାସୀଙ୍କ ପାଖରେ ରହିଛି। ଲୋକ ନିଶ୍ଚିତଭାବେ ମୋହମୁକ୍ତ ହେବା ସହିତ କଂଗ୍ରେସର ବଳିଦାନ ଓ ଲଢ଼େଇର ଅର୍ଥ ବୁଝିବେ। କଂଗ୍ରେସର ସ୍ବର ସହିତ ସ୍ବର ମିଳାଇ କଂଗ୍ରେସ ସହିତ ହାତ ମିଳାଇବେ ବୋଲି ସେ କହିଛନ୍ତି।

ଯାତ୍ରା ସମୟରେ କଂଗ୍ରେସ ନେତୃବୃନ୍ଦ ରାମମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ରସୁଲଗଡ଼ ଛକରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ଏହି ପରିବର୍ତନ ଯାତ୍ରାରେ ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ର‌ମେଶ ଜେନା, ଦାସରଥୀ ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, ଅମର ପ୍ରଧାନ, ରବୀନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ସେଠୀ, ଜଗନ୍ନାଥ ପଟ୍ଟନାୟକ, ବନ୍ଦିତା ପରିଡ଼ା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ଶରତ ରାଉତ, ଚିରଞ୍ଜୀବ ବିଶ୍ବାଳ, ଶିବାନନ୍ଦ ରାୟ, ଯାସିର ନୱାଜ, ପଞ୍ଚାନନ କାନୁନ୍‌ଗୋ, ବିଶ୍ବଜିତ ଦାଶ, ମାନସ ଚୌଧୁରୀ, ସସ୍ମିତା ବେହେରା, ସ୍ମୃତିରଂଜନ ଲେଙ୍କା, ଅଭିଶେକ ମହାନନ୍ଦ, ନକୁଳ ନାୟକ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥୀ, କିରଣ ସାହୁ‌, ଅନୱର ଖାନ, ‌ଉମେଶ ଦାସ, ରଜନୀ ମହାନ୍ତି, ସାଗର ପରିଡ଼ାଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

publive-image

କମ୍ପିଲା ‘ଭାରତ ଯୋ‌େଡ଼ା-ଓଡ଼ିଶା’ର ଥିମ୍ ଗୀତ
ଆଜିଠାରୁ ପ୍ରଦେଶ କଂଗ୍ରେସର ‘ଭାରତ ଯୋ‌େଡ଼ା-ଓଡ଼ିଶା’ ପଦଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ୧୦୦ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ। ଆଜି ରାଜଧାନୀରୁ ବାହାରିଥିବା ବିରାଟ ପଟୁଆରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ଥିମ୍ ଗୀତ ପ୍ରସ୍ତୁତ ହୋଇଥିଲା। ପଦଯାତ୍ରାରେ ଏହି ଗୀତ କର୍ମୀମାନଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲା।

ଅଧାରୁ ପଳେଇଲେ ପଦଯାତ୍ରାରେ ସାମିଲ କର୍ମୀ
‘ଭାରତ ଯୋ‌େଡ଼ା-ଓଡ଼ିଶା’ ଯାତ୍ରାର ଆଜି ପ୍ରଥମ ଦିନ ୧୨ କି.ମି ପଦଯାତ୍ରା ହୋଇଛି। ଇନ୍ଦିରା ପାର୍କରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରସୁଲଗଡ଼ ଛକ ଦେଇ ଫୁଲନଖରା ପର୍ଯ୍ୟନ୍ତ ଯାଇଥିଲା। ତେବେ ରସୁଲଗଡ଼ରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପାଇଁ କଂଗ୍ରେସ ନେତୃବୃନ୍ଦ ଅଟକିଥିଲେ। ଏହି ସମୟରେ ପଦଯାତ୍ରାରେ ସାମିଲ ହୋଇଥିଲେ ଅନେକ ମହିଳା ରସୁଲଗଡ଼ ପୂଜା ମଣ୍ଡପରେ ଅପେକ୍ଷା କରିଥିବା ବସ୍‌ରେ ଅଧା ପଦଯାତ୍ରାରୁ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe