ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

Advertisment
ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରେଢାଖୋଲ: ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ରେଢାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମ ଭୋଇଙ୍କ ଉପରେ ଗବେଷଣା ହେବ। ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା ହେବ। ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କ ଜୀବନୀ ଉପରେ ଗବେଷଣା ପାଇଁ ଉଦ୍ୟମ କରାଯିବ ବୋଲି ରେଢାଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଶିକ୍ଷାମନ୍ତ୍ରୀ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲଠାରେ ଏକ ପଦଯାତ୍ରାରେ ଯୋଗଦେଇଥିଲେ। ଏହି ଅବସରରେ ସେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe