ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ

ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ

ବଲାଙ୍ଗୀର: ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା ହୋଇନି। ଏହାରି ଭିତରେ ଜଣେ ବିଜେପି କାଉନସିଲର ପ୍ରାର୍ଥୀ ଆଜି ପୌର ପରିଷଦରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଲାଙ୍ଗୀର ୧୯ ନଂ ୱାର୍ଡ ପାଇଁ ହରିଶଙ୍କର ଛତ୍ରିଆ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ସହ ବିଜେପିର ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ ଓ ଅନ୍ୟ ସମର୍ଥକମାନେ ରହିଥିଲେ।

ସେହିପରି କାଉନସିଲର ପଦ ପାଇଁ ୪୫ ଜଣ ଓ ଚେୟାରମ୍ୟାନ ପଦ ପାଇଁ ୫ ଜଣ ନାମାଙ୍କନ ଦାଖଲ ପାଇଁ ନାମାଙ୍କନପତ୍ର ନେଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe