ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଖିଲେ ବିଜେପି ନେତା

Advertisment

ଶ୍ରୀମନ୍ଦିର ବିବାଦ ରାଜନୈତିକ ଆଖଡ଼ା ନ ହେଉ: ସମ୍ବିତ ପାତ୍ର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଗତିରୋଧ କରିବା ଅନୁଚିତ୍‌: ଜୟନ୍ତ

ଶ୍ରୀମନ୍ଦିର ବିବାଦ ରାଜନୈତିକ ଆଖଡ଼ା ନ ହେଉ: ସମ୍ବିତ ପାତ୍ର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଗତିରୋଧ କରିବା ଅନୁଚିତ୍‌: ଜୟନ୍ତ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଖିଲେ ବିଜେପି ନେତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜେପି ଟିମ୍। ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଜିଲ୍ଲାର ଅନ୍ୟ ବିଜେପି ନେତାଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଓ ମନ୍ଦିର ଫାଟ ଅନୁଧ୍ୟାନ କରିଥିଲେ। ପରେ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ଓଡ଼ିଶାର ସବୁଠୁ ବଡ଼ ଦରବାର ହେଉଛି ଶ୍ରୀମନ୍ଦିର। ଏହାକୁ ରାଜନୈତିକ ଆଖଡ଼ା କରାନଯାଉ। ଏଠି କୌଣସି ପରିସ୍ଥିତିରେ ସରକାର କି ରାଜନୈତିକ ଦଳର ଅହଂକାରର ସ୍ଥାନ ନାହିଁ। ଆମ୍‌ସାର ଆଇନର ଏକ ପୁସ୍ତକ ଶ୍ରୀ ପାତ୍ର ଗଣମାଧ୍ୟମ ଆଗରେ ଦେଖାଇ କହିଥିଲେ, ଆମ ପାଇଁ ସର୍ବପ୍ରଥମ ଓ ସର୍ବମୁଖ୍ୟ ହେଉଛି ଆମର ସମ୍ବିଧାନ ଓ ଆଇନ। ।ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ କୌଣସି କାମ ହୋଇପାରିବନି। ଆମେ ବିକାଶରେ ବାଧା ଦେଉନୁ। କିନ୍ତୁ ଏଠି ଅବିଶ୍ବାସର ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ପୁରୀ ସାଂସଦ ମାତ୍ର ୪ଟି ଶୌଚାଳୟ ନାଁରେ ସଂସଦରେ ଯେଉଁ ଅବିଶ୍ବାସର ପ୍ରଶ୍ନ ଉଠାଇଛନ୍ତି, ତାହା ଲୋକଙ୍କ ବିଶ୍ବାସଭାଜନ ହେବା ଦରକାର। ଶ୍ରୀମନ୍ଦିର ଚାରିପଟେ ଯେଉଁଭଳି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କରାଯାଇଛି, ତାହା ଆଜି ଭକ୍ତଙ୍କ ମନରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଅବିଶ୍ବାସର ପ୍ରଶ୍ନ ଉଠାଇଛି।

ଅନ୍ୟପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିବା ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅଡ଼ି ବସିଥିବା ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ନିଜ ମତ ସମ୍ପୂର୍ଣ୍ଣ ବଦଳାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଗତିରୋଧ କରିବା ଅନୁଚିତ୍‌ ବୋଲି ଯୁକ୍ତି ବାଢ଼ିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ମୋ ଘର ମନ୍ଦିର ପାଖରେ। ମୁଁ ନିୟମିତ ଏହି ପ୍ରକଳ୍ପ କାମ ଦେଖୁଛି। ଏହା ଏକ ଭଲ ପ୍ରକଳ୍ପ। ଏହି ପ୍ରକଳ୍ପ କାମରେ କେହି ବାଧା ସୃଷ୍ଟି କରିବା ଉଚିତ୍‌ ନୁହେଁ। କିନ୍ତୁ ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ବିପଦ ଭିତରକୁ ଠେଲି ହୋଇନଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ବିଜେପି ନେତା ଓମପ୍ରକାଶ ମିଶ୍ର, ସେବାୟତ ସୋମନାଥ ଖୁଣ୍ଟିଆ, ଜିଲ୍ଲା ସାଧାରଣ ସଂପାଦକ ଉମାକାନ୍ତ ନାୟକ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe