ଭୁବନେଶ୍ବର : ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ଗତ ୨୪ତାରିଖରେ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କର କିଛି ସାଥୀ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏବେ ସେ ବୁର୍ଲାର ଭିମ୍ସାରରେ ଚିକିତ୍ସିତ ହେଉଛନ୍ତି। ଏହି ଜଘନ୍ୟକାଣ୍ଡର ଘଟିବାର ଦୁଇଦିନ ପରେ ବି ଅଭିଯୁକ୍ତ ଗିରଫ ନ ହେବା ଦୁର୍ଭାଗ୍ୟଜନକ। ଏହି ଘଟଣାର ପ୍ରମାଣ ରହିଛି। ଆକ୍ରମଣ ପାଇଁ ପ୍ରୋତ୍ସାହନ ଦେଇଥିବା ବିଜେପି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ।
ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ଗିରଫ କରାଯାଉ : ବିଜେଡି
Advertisment
Follow Us