ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍ ଅଧ୍ୟକ୍ଷା ମିନତି ସେନାପତି ଆଜି ସାମ୍ବାଦିକ ସମ୍ମିଳନୀ କରି ଫାଇରାଲ ଫଟୋକୁ ନେଇ ଏକ ଗୋଷ୍ଠୀ ଅତି ନୀଚ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷା ଶ୍ରୀମତୀ ସେନାପତି କହିଛନ୍ତି ଯେ ବିଧାୟକ ଅମର ଶତପଥୀ ତାଙ୍କ ପିତୃପ୍ରତିମ ଭଳି। ସେ ନିଜେ ମଧ୍ୟ ଜଣେ ବୟସ୍କା ମହିଳା। ଝିଅଙ୍କ ବିବାହ କରିବା ପରେ ପୁଅ ବାହାଘର କରିବାକୁ ଯାଉଛନ୍ତି ବୋଲି ଶ୍ରୀମତୀ ସେନାପତି କହିଛନ୍ତି। ଏଭଳି ଏକ ମିଛ ତଥା ଭିତ୍ତିହୀନ ଫଟୋ ଭାଇରାଲ ଘଟଣାକୁ ସେ ଦୃଢ଼ ନିନ୍ଦା କରିବା ସହିତ ଚକ୍ରାନ୍ତକାରୀ ଗୋଷ୍ଠୀକୁ କଟୁ ସମାଲୋଚନା କରିଛନ୍ତି।
ଚଣ୍ଡିଖୋଲସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଶ୍ରୀମତୀ ସେନାପତି ନିଜ କହିଥିଲେ ଯେ, ତାଙ୍କୁ ବଦନାମ କରିବାକୁ ହୀନରାଜନୀତି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେ ଖୁବ୍ଶୀଘ୍ର ଆଇନର ଆଶ୍ରୟ ନେବେ। ଏହି ସମ୍ମିଳନୀରେ ଜିଲ୍ଲା ବିଜେଡି ଉପସଭାପତି ଶାରଦା ପ୍ରସନ୍ନ ମହାନ୍ତି, ବ୍ଲକ ବିଜେଡି ଉପସଭାପତି ପଞ୍ଚାନନ ଧଳ, ବ୍ଲକ ଛାତ୍ର ବିଜେଡି ସଭାପତି ଯତୀନ୍ଦ୍ର ପ୍ରସାଦ ନାୟକ ଓ ଯୁବନେତା ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ଏଭଳି ହୀନ ରାଜନୀତିକୁ ନିନ୍ଦା କରିବା ସହିତ ବିଧାୟକଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଇଛି ବୋଲି କହିଥିଲେ।
Follow Us