ବ୍ରାହ୍ମଣୀରେ ଡଙ୍ଗା ବୁଡ଼ିଲା; ବର୍ତ୍ତିଲେ ୩୦ ଯାତ୍ରୀ

Advertisment
ବ୍ରାହ୍ମଣୀରେ ଡଙ୍ଗା ବୁଡ଼ିଲା; ବର୍ତ୍ତିଲେ ୩୦ ଯାତ୍ରୀ

ରାଜନଗର : ବ୍ରାହ୍ମଣୀ ନଦୀରେ ଆଜି ଏକ ଡଙ୍ଗା ବୁଡ଼ି ଯାଇଥିବା ବେଳେ ଏଥିରେ ଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାଜନଗର ବ୍ଲକ୍‌ କେରେଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୩୦ଜଣ ଯାଉଥିବା ବେଳେ ଏହି ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାଟି କୂଳଠୁ ଅଳ୍ପ କିଛି ଦୂରରେ ବୁଡିବା ଯୋଗୁଁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପାରିଥିଲା। ଡଙ୍ଗାରେ ଥିବା ୫ଟି ବାଇକ୍‌ ନଈରେ ବୁଡି ଯାଇଥିବା ବେଳେ ପରେ ସେଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଥିଲା। ମାତ୍ର ୫ଟି ମୋବାଇଲ ଫୋନ୍‌କୁ ଉଦ୍ଧାର କରାଯାଇପାରି ନାହିଁ।

ବୁଧବାର ଦିନ ପ୍ରାୟ ୧୦ଟା ସମୟରେ ନଳପାହି ଘାଟ ନିକଟରେ ଡଙ୍ଗା ଲାଗିବା ପୂର୍ବରୁ ଭାରସାମ୍ୟ ହରାଇ ଡଙ୍ଗାରେ ପାଣି ପଶି ଯାଇଥିଲା। ଡଙ୍ଗା ବୁଡ଼ିବା କ୍ଷଣି ଲୋକମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଲ୍ଲେଖଥାଉ କି, ଆଳି ବ୍ଲକ୍‌ ନଳପାହି ଗାଁକୁ ଚାରିପଟୁ ନଦୀ ଘେରି ରହିଛି। ଏହି ଗାଁକୁ ଯିବା ପାଇଁ ହେଲେ ନଦୀ ପାର ହେବା ଏକମାତ୍ର ବାଟ। ବଡକଥା ହେଲା ପଂଚାୟତ ପକ୍ଷରୁ ଏହି ଘାଟ ନିଲାମ ଦିଆଯାଉଛି। ଏହି ନଈରେ କୁମ୍ଭୀର ସାଲୁବାଲୁ। ଏପରିସ୍ଥଳେ ବିନା ସୁରକ୍ଷାରେ ଲାଇଫ୍‌ ଜ୍ୟାକେଟ ଓ ଲାଇଫ୍ ବୟ ବିନା କିପରି ଭୁଟୁଭୁଟି ଚାଲୁଛି ଓ ଭୁଟୁଭୁଟିରେ ଏକା ସମୟରେ ୩୦ଜଣ ଯାତ୍ରୀ ଓ ୫ଟି ବାଇକ୍‌ ପାର ହେଉଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe