ଅଳ୍ପକେ ବର୍ତ୍ତିଲେ ୧୫ ଖେଳାଳି, କ୍ରିକେଟ୍ ଖେଳି ନଦୀପାର ବେଳେ ଡଙ୍ଗା ଓଲଟିଲା

Advertisment
ଅଳ୍ପକେ ବର୍ତ୍ତିଲେ ୧୫ ଖେଳାଳି, କ୍ରିକେଟ୍ ଖେଳି ନଦୀପାର ବେଳେ ଡଙ୍ଗା ଓଲଟିଲା

Jooinn

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ରୋଡ଼ ଗାଁରେ ଶୁକ୍ରବାର ଦିନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳି ୧୫ରୁ ଅଧିକ ଖେଳାଳି ଏକ ଡଙ୍ଗାରେ ନଦୀ ପାର୍‌ ହେଉଥିଲେ। ଅପରାହ୍ନ ପ୍ରାୟ ୪ଟାରେ ବିଡ଼ଘାଟ ପାଖରେ ହଠାତ୍‌ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ, ସମସ୍ତ ଖେଳାଳି ପହଁରି ପହଁରି କୂଳକୁ ଚାଲି ଆସିବା‌ରୁ ଏକ ବଡ଼ଧରଣର ଅଘଟଣରୁ ଏଡ଼ାଇ ଦିଆଯାଇପାରିଛି। ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀ ଆରପାଖ ମେରାମଣ୍ଡଳୀ ଥାନା ଅଞ୍ଚଳର ଏକ ଗାଁର ପିଲାମାନେ ପୂର୍ବାହ୍ନ ପ୍ରାୟ ୧୧ଟା‌ରେ ଛୋଟଡଙ୍ଗାରେ ନଦୀ ପାର୍‌ ହୋଇ ଆସି ରୋଡ଼ ଗାଁରେ କ୍ରିକେଟ୍ ଖେଳିଥିଲେ। ଖେଳ ସରିବା ପରେ ସେମାନେ ୪ଟାରେ ସେହି ଡଙ୍ଗାରେ ଫେରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ,ଏହି ଡଙ୍ଗାରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଘଟଣା ଘଟିଥିଲା।

ସୂଚନା ଥାଉକି, ୨୦୧୯ ମସିହାରେ ଖଡ଼ଗପ୍ରସାଦ -ରୋଡ଼ ଘାଟରେ ଡଙ୍ଗା ବୁଡ଼ି ୪ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ସେଠାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଥିଲା। ପରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦୁଇବର୍ଷ ତଳେ ମଟରଚାଳିତ ଡଙ୍ଗାକୁ ଅନୁମତି ମିଳିଛି l ତେବେ, ଖଡ଼ଗପ୍ରସାଦ ଘାଟଠାରୁ ଅଳ୍ପଦୂର ବିଡ଼ଘାଟରେ ବିନା ଅନୁମତିରେ ଡଙ୍ଗା ଚଳାଇବା ଯୋଗୁଁ ଆଜି ଏପରି ଘଟଣା ଘଟିଲା ବୋଲି କୁହାଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe