ସୁବଳୟା: ଅର୍ଥାଭାବରୁ ଭଡ଼ାରେ ଯୋଗାଡ଼ କରିପାରିଲେନି ଗାଡ଼ି। ଶେଷରେ ବାଇକ୍ରେ ବୋହିଲେ ଶବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅମରପାଲି ଗ୍ରାମରେ। ରବିବାର ପୂର୍ବାହ୍ନରେ ଅମରପାଲି ଗ୍ରାମରେ ଜନୈକା ବିଧବା ମହିଳା ଗୋଲାପି ବେହେରାଙ୍କ ମୃତ୍ୟୁ ହୋଇଥିଲା। ଗୋଲାପିଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମୁରା କେଶାପାଲିରେ। ସେ ଅମରପାଲି ଗ୍ରାମରେ ତାଙ୍କ ସଂପର୍କୀୟଙ୍କ ଘରେ ରହୁଥିଲେ। ତାଙ୍କ ମୃତ୍ୟୁ ଖବର କେଶାପାଲିରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଦିଆଯାଇଥିଲା। ପରିବାର ଲୋକେ ଆସିଥିଲେ ମଧ୍ୟ ଶବ ନେବାପାଇଁ ଭଡ଼ାରେ ଗାଡ଼ି ଯୋଗାଡ଼ କରି ପାରି ନ ଥିଲେ। ଅନ୍ୟ ଉପାୟ ନ ପାଇ ମୃତଦେହକୁ ଦୁଇଜଣ ଯୁବକ ଏକ ବାଇକରେ ରଖି ପ୍ରାୟ ୧୨ କିମି ଦୂର ତାଙ୍କ ଘର କେଶାପାଲିକୁ ନେଇଥିଲେ।
ଅର୍ଥାଭାବରୁ ବାଇକ୍ରେ ଆସିଲା ଶବ
Advertisment
Follow Us