ରାସ୍ତାକଡ଼ରେ ନିଖୋଜ ଯୁବକଙ୍କ ଶବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଯଶିପୁର: ଯଶିପୁର ଥାନା ଅଧୀନ କରଞ୍ଜିଆ-ଯଶିପୁର ରାସ୍ତାର କାଶିପାଳ ଗାଁ ନିକଟରେ ଆଜି ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ମୃତକ ଜଣକ ରରୁଆଁ ବ୍ଲକ୍‌ ରରୁଆଁ ଭୂୟାଁ ସାହିର ଜିତୁ ନାଏକ (୩୫) ବୋଲି ଜଣାପଡ଼ିଥିଲା।

ଜିତୁ ୧୨ ତାରିଖ ଦିନ କାଶିପାଳରେ ହେଉଥିବା ଏକ ବାହାଘରକୁ ଆସି ଆଉ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକ ଥାନାରେ ଜିତୁ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ଆଜି ଜିତୁଙ୍କ ଶବ ମିଳିବା ପରେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯଶିପୁର ଥାନା ଏସ୍‌ଆଇ ଟିଆର୍‌ ବୋଷ ୧୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe