bbc
କଣ୍ଟାମାଳ: କଣ୍ଟାମାଳ ଥାନା ମଲିକକୁଦ ଗ୍ରାମ ଉପରପଡ଼ାର ଯୁବକ ଯଦୁରାଜ ଭୋଇ (୪୦)ଙ୍କ ଗଳିତ ମୃତଦେହ ପୁଲିସ ମଲିକକୁଦ ଗ୍ରାମରୁ ୧ କିମି ଦୂର ସାହାଜପିଟା ଗ୍ରାମ ନିକଟ ଜଙ୍ଗଲର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ଯଦୁରାଜ ଗତ ୧୩ ତାରିଖରେ କାଠ ଆଣିବା ପାଇଁ ନିକଟସ୍ଥ ହୁଣ୍ଡାରଦୁଲି ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନ ଥିଲେ।
୧୪ ତାରିଖରେ ବଡ଼ଭାଇ ଉଦ୍ଧବ ଭୋଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ବୁଧବାର ସନ୍ଧ୍ୟା ହୋଇଯିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍ଆଇ ଲିସାରାଣୀ ସେଠୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
Follow Us