ଖରସ୍ରୋତାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର  

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବିଂଝାରପୁର: ଗୁରୁବାର ମଧ୍ୟାହ୍ନରେ ଖରସ୍ରୋତାକୁ ଗାଧେଇବାକୁ ଯାଇ ନିଖୋଜ ଥିବା ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ମିରସାହିର ରମେଶ ଦାସଙ୍କ ପୁଅ ବିଶ୍ଵଜିତ୍ ଦାସ(୨୦)ଙ୍କ  ମୃତଦେହ ଆଜି ଅପରାହ୍‌ଣରେ ଯଜ୍ଞପଡ଼ିଆ ନିକଟରୁ ଉଦ୍ଧାର ହୋଇଛି।

ଯୁବକଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଗ୍ରାମବାସୀ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଚିହ୍ନଟ କରି ୨୧/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। କଏଣା-ରଘୁନାଥପୁର ପଞ୍ଚାୟତରେ ନିର୍ମାଣାଧୀନ ମେଗା ପ୍ରକଳ୍ପରେ କାର୍ଯ୍ୟରତ ୭ ଜଣ ଶ୍ରମିକ ଗୁରୁବାର ମଧ୍ୟାହ୍ନରେ ବାଙ୍କିପାଳ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ବିଶ୍ଵଜିତ୍ ଦାସ ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe