ପୋଖରୀରୁ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ଗ୍ରାମ୍ୟ ପୋଖରୀରୁ ସେହି ଗ୍ରାମର ଶୁଭ୍ରଶିବ କ୍ଷେତି (୩୦)ଙ୍କ ଗଳିତ ଶବ ବୁଧବାର ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଖଟଖଟିଆ ଗ୍ରାମର ମାଧବ କ୍ଷେତିଙ୍କ ପୁଅ ଶୁଭ୍ରଶିବ ୧୬ତାରିଖଠାରୁ ନିଖୋଜ ଥିଲେ। ବୁଧବାର ସକାଳୁ ପୋଖରୀକୁ ଗାଁ ଲୋକେ ସ୍ନାନ ପାଇଁ ଯାଇଥିବା ବେଳେ ଜଣେ ଯୁବକର ଶବ ତଳମୁହାଁ ହୋଇ ପୋଖରୀ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ମନମୁଣ୍ଡା ପୁଲିସ ଓ କଣ୍ଟାମାଳ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଡିଏସ୍‌ପି ତପସ୍ବିନୀ କହଁର ଓ କଣ୍ଟାମାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ଶୁଭ୍ରଶିବଙ୍କ ମୃତଦେହ ଚିହ୍ନଟ କରିଥିଲେ।

ମନମୁଣ୍ଡା ପୁଲିସ ମନମୁଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରଙ୍ଗମିସ୍ତ୍ରି ଭାବେ କାମ କରୁଥିବା ଶୁଭ୍ରଶିବଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ପୂର୍ବରୁ ତାଙ୍କ ମା’ର ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ବାପା ମାଧବ ବେସାହାରା ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe