ପୋଲ ଉପରୁ ଡେଇଁଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Advertisment
ପୋଲ ଉପରୁ ଡେଇଁଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Wikimedia Commons

ରସୁଲପୁର: ଗତକାଲି ଯୋକଡ଼ିଆ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଥିବା ଛାତ୍ରୀଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଯାଜପୁର ସଦର ଥାନା ଅନ୍ତର୍ଗତ ନେଳିପୁର ଠାରେ ଉଦ୍ଧାର କରାଯାଇଛି। ରସୁଲପୁରର ଅଗ୍ନିଶମ ଅଧିକାରୀ ଜଗନ୍ନାଥ ପଣ୍ତାଙ୍କ ନେତୃତ୍ବରେ ଖରସ୍ରୋତା ନଦୀରେ ଖୋଜାଖୋଜି କରୁଥିବା ଅଗ୍ନିଶମ କର୍ମଚାରୀ ଆଜି ନେଳିପୁର ଠାରୁ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ମୃତଦେହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ମୃତ ଛାତ୍ରୀଙ୍କ ଘର କୁଆଖିଆ ଥାନା ଅଧୀନରେ ଓ ନଦୀକୁ ଡେଇଁଥିବା ସ୍ଥାନ ଯାଜପୁରରୋଡ ଥାନା ଅଧୀନରେ। ଏଯାଏ କୌଣସି ଥାନାରେ ମାମଲା ରୁଜୁ ହୋଇନାହିଁ। ପ୍ରକାଶ ଯେ, ମୃତ ଛାତ୍ରୀ ତିଳୋତ୍ତମା ପାଇକରାଙ୍କ ଘର ବାଉଁଶଅଣ୍ଟା ଗ୍ରାମରେ। ସେ ଛୋଟରାୟପୁର ଠାରେ ଥିବା ତାଙ୍କ ମାମୁଘରେ ରହି ପାଠ ପଢ଼ୁଥିଲେ। ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଜଣକ ଚଳିତ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe