ବାପାକୁ ହତ୍ୟା କରି ପୁଅ ଫେରାର୍ ଘଟଣା: ନାଳରୁ ଅଭିଯୁକ୍ତ ପୁଅର ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Advertisment
ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ରୁପ୍ରାରୋଡ଼/ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା କୁରମେଲ୍ ଗ୍ରାମରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ନନ୍ଦକିଶୋର ମାଝୀ (୪୫)ଙ୍କୁ ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହାଣି ଫେରାର୍ ମାରିଥିବା ବେଳେ ଗୁରୁବାର ବୋରିଙ୍ଗପଦର ଗାଁ ନିକଟରେ ଏକ ନାଳରୁ ଅଭିଯୁକ୍ତ ପୁରୁଷୋତ୍ତମର ଶବ ଉଦ୍ଧାର କରାଯାଇଛି। ନାଳରେ ଏକ ଶବ ଭାସୁଥିବା ଗ୍ରାମବାସୀ ଦେଖି ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ସହ ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣା ସମ୍ପର୍କରେ ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କୁ ଯୋଗାଯୋଗ କରାଯିବାରୁ ପୁରୁଷୋତ୍ତମ ମାଝୀଙ୍କ ଶବ ମିଳିଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅତ୍ୟଧିକ ଚାପ କିମ୍ବା ମଦ ନିଶା ଯୋଗୁଁ ଘଟଣା ଘଟିଥାଇପାରେ ବୋଲି କହିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାପାକୁ ହତ୍ୟା କରିବା ପରେ ପୁରୁଷୋତ୍ତମ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe