ମଣିଷଖିଆ ଭାଲୁର ମୃତଦେହ ଉଦ୍ଧାର

ଜୀବନ ବଞ୍ଚାଇବାକୁ ଗଛରେ ଚଢ଼ିଥିଲେ, ଟାଣି ଆଣିଲେ: ଯୁବକଙ୍କୁ ବିଦାରି ପକାଇଲେ ୩ ଭାଲୁ

patrika

କୋମନା : ଗତ ୧୬ ତାରିଖରୁ ନୂଆପଡ଼ା ଜିଲ୍ଲା କୋମନା ବିଜାଖମନ ଜଙ୍ଗଲରେ ଆତଙ୍କ ଖେଳାଇ ଦୁଇ ଜଣଙ୍କ ଜୀବନ ନେଇଥିବା ମଣିଷଖିଆ ଭାଲୁର ମୃତଦେହ କୋମନା ବନ ବିଭାଗ ଉଦ୍ଧାର କରିଛି। ବିରୁନପଦର ଗାଁର ଘନଶ୍ୟାମ ପଟେଲ (୭୦)ଙ୍କୁ ଗତ ୧୬ ତାରିଖ ସକାଳେ ପୋଖରୀକୁ ଶୌଚ ପାଇଁ ଗଲାବେଳେ ଭାଲୁ ମାରିଥିଲା। ୧୮ ତାରିଖ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ସନ୍ତୋଷ ଦୁଣ୍ତି (୫୩)ଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ବନ କର୍ମଚାରୀ ଭାଲୁର ଗତିବିଧି ଉପରେ ନଜର ରଖିବା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ଭାଲୁର ମୃତଦେହ ଦେଖିବାକୁ ପାଇଥିଲେ। ଦୁଇ ଜଣଙ୍କୁ ମାରିବା ଓ ୪ ଜଣଙ୍କୁ ଆହତ କରିବା ପରେ ଲୋକେ ଠେଙ୍ଗାବାଡ଼ି ଧରି ଛଡ଼ାଇବା ସମୟରେ ଭାଲୁ ଆହତ ହୋଇ ପରେ ମରି ଯାଇଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe